ପଲ୍ଲୀ ବିକାଶର ନୂତନ କର୍ମକର୍ତ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରବିବାର ଦିନ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପଲ୍ଲୀବିକାଶ ପୋଡ଼ଙ୍ଗୀ ର କାର୍ଯ୍ୟକାରିଣୀ ସଦସ୍ୟ ମନୋନୟନ ହୋଇଯାଇଛି । ଉକ୍ତ ଅନୁଷ୍ଠାନ ଉଲ୍ଲେଖନୀୟ ସମାଜସେବା ତଥା ଗ୍ରାମୀଣ ସ୍ତରରେ ବିଭିନ୍ନ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଜିଲ୍ଲା ସ୍ତରରେ ପ୍ରଶଂସିତ ହୋଇପାରିଛି। ଏକ ସୁଦକ୍ଷ କାର୍ଯ୍ୟକାରିଣୀ ସମିତି ନିର୍ମାଣ ନିମନ୍ତେ ଉକ୍ତ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉପସ୍ଥିତ ସଭ୍ୟ ସଭ୍ୟାଙ୍କ ପ୍ରସ୍ତାବ ପ୍ରକାରେ ସୁବାଷ ଚନ୍ଦ୍ର ପାଣିଗ୍ରାହି ସଭାପତି ଓ ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ପାଦକ ରୂପେ ମନୋନୀତ କରାଯାଇଥିଲା।ସଭ୍ୟ ଅଶୋକ କୁମାର ପାଢ଼ୀ ଉପସଭାପତି, ଆଲୋକ କୁମାର ନାୟକ କୋଷାଧକ୍ଷ, ଚିନ୍ତାମଣି ବେହେରା ସଂଯୋଜକ ଏବଂ ଆଶିଷ କୁମାର ପଣ୍ଡାଙ୍କୁ ଯୁଗ୍ମସମ୍ପାଦକ ରୂପେ ମନୋନୟନ କରାଯାଇଥିଲା।କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହରିବନ୍ଧୁ ନାୟକ, ବିଚିତ୍ର ବେହେରା, ନୀଳାଞ୍ଚଳ ବେହେରା, କାହ୍ନୁ ଚରଣ ବେହେରା, ସୂର୍ଯ୍ୟକାନ୍ତ ବେହେରା ଙ୍କୁ ମନୋନୀତ କରାଯାଇଥିଲା ଵେଳେ ମହିଳା ସଭ୍ୟା ଭାବେ ସୁନିତା ପାଢ଼ୀ ଓ ପିଙ୍କି ପାଢ଼ୀ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।


