ଡାକ୍ତର ମୁକ୍ତିକାନ୍ତଙ୍କୁ ଶ୍ରେଷ୍ଠ ସର୍ଜନ ପୁରସ୍କାର

ଘଟଗାଁ, (ନାରାୟଣ ପଲେଇ) :-ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍ତ୍ୱାବଧାରକ ତଥା ଜନପ୍ରିୟ ଡାକ୍ତର ମୁକ୍ତିକାନ୍ତ ନାୟକଙ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ  ଶ୍ରେଷ୍ଠ ସର୍ଜନ ପୁରସ୍କାର  ପ୍ରଦାନ କରାଯାଇଛି । ଲାପରୋସ୍କୋପିକ ପଦ୍ଧତିରେ ଉଭୟ ମହିଳା ଓ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ଶ୍ରୀଯୁକ୍ତ ନାୟକ ଆଶାତୀତ ସଫଳତା ହାସଲ କରିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିନା ରକ୍ତସ୍ରାବରେ ଓ ବିନା ଯନ୍ତ୍ରଣାରେ ଅତ୍ୟନ୍ତ  ଅଭିନବ ପଦ୍ଧତିରେ ମାତ୍ର ଅଳ୍ପ ସମୟ ମଧ୍ୟରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଶତ ପ୍ରତିଶତ ସଫଳତା ହାସଲ କରିବା ପରେ ତାଙ୍କ ଲୋକପ୍ରିୟତା ରାଜ୍ୟ ତଥା ଦେଶରେ ତାଙ୍କୁ ଅନନ୍ୟ କରିଛି। ଏକାଧିକ ରାଜ୍ୟ ତଥା କେନ୍ଦ୍ରୀୟ ପୁରସ୍କାରରେ ଆଭୂଷିତ ଶ୍ରୀଯୁକ୍ତ ନାୟକ ନିଜର ଅହଙ୍କାରଶୂନ୍ୟତା, ମାର୍ଜିତ ବ୍ୟବହାର ଓ  ବିନା ମୂଲ୍ୟରେ ରୋଗୀ ସେବା ପାଇଁ ଜନସାଧାରଣଙ୍କ ପ୍ରିୟଭାଜନ ହେଇପାରିଛନ୍ତି। ସାପ କାମୁଡା ଓ ମ୍ୟାଲେରିଆର ଅତ୍ୟନ୍ତ ସଫଳ ଓ ପ୍ରଭାବୀ ଚିକିତ୍ସା ପାଇଁ ମଧ୍ୟ ସେ କେନ୍ଦୁଝର ଜିଲ୍ଲା ତଥା ରାଜ୍ୟ ରେ ବେଶ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଓ ନିଖୁଣ ଅସ୍ତ୍ରୋପଚାର ଶୈଳୀକୁ ସ୍ୱୀକୃତି ପୂର୍ବକ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜୟଦେବ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀଯୁକ୍ତ ନାୟକଙ୍କୁ  ଶ୍ରେଷ୍ଠ ସର୍ଜନ ପୁରସ୍କାର ପ୍ରଦାନ କରିବା ପରେ ଘଟଗାଁ ବ୍ଲକ ତଥା କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ