ଠିକାଦାର ସଂଘର ୧୦ଦଫା ଦାବୀ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନିଖିଳ ଓଡିଶା ଠିକାଦାର ମହାସଂଘ ଗଜପତି ଶାଖା ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠିକାଦାର ସଂଘ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ନିକଟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚଥିଲା । ସେଠାରେ ଠିକାଦାର ସଂଘ ପକ୍ଷରୁ ସେମାନଙ୍କର ୧୦ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଜିଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କର ମୁଖ୍ୟ ଦାବୀ ଗୁଡିକ ହେଲା ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ, ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରଶିଦ ଦାଖଲ ନିର୍ଦ୍ଦେଶର ପ୍ରତ୍ୟାହାର, ୨୦୧୪ରେ ସ୍ଥିରିକୃତ ସେଡ୍ୟୁଲ ରେଟ୍‌ର ପୁନଃ ଆକଳନ, ଜିଏସ୍‌ଟି ପାଇଁ ୧୦ଶତକଡା ଅଧିକ ପ୍ରାପ୍ୟ ପ୍ରଦାନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ୍‌ର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେଣ୍ଡର ନିୟମ ପ୍ରଚଳନ, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ହାଇକୋର୍ଟର ବର୍ଦ୍ଧି ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାଇ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ ଲାଇସେନ୍ସ କ୍ଷମତା ଅନୁଯାଇ କାର୍ଯ୍ୟାଦେଶ, ବିଭିନ୍ନ ସଂଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଇତ୍ୟାଦି । ଆଗାମୀ ଦିନରେ ଏହି ସବୁ ଦାବୀ ଗୁଡିକ ପୁରଣ ନହେଲେ ଠିକାଦାର ସଂଘ ପକ୍ଷରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରାଯିବା ସହ ଜିଲାର ବିକାଶରେ ବାଧା ପ୍ରାପ୍ତ ହେବ ବୋଲି ସଂଘ ପକ୍ଷରୁ ବରିଷ୍ଠ ଠିକାଦାର ଭରତଭୂଷଣ ମହାନ୍ତି କହିଥିଲେ । ନିଖିଳ ଓଡିଶା ଠିକାଦାର ମହାସଂଘର ଡାକରା କ୍ରମେ ଆଗାମୀ ୨୫ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ ମହାସଂଘର ଏକ ଆନ୍ଦୋଳନ କାର୍ଯ୍ୟକ୍ରମରେ ଏହି ସବୁ ଦାବୀକୁ ନେଇ ଗଜପତି ଠିକାଦର ସଂଘ ପକ୍ଷରୁ ସଂଜୟ ଅଧିକାରୀ, ଜେ.ଭାର୍ଗବ, ସବିତ ସାହୁ, ପ୍ରଭୁ ପାଣିଗ୍ରାହୀ, ସି.ଏଚ୍‌. ଲୋକନାଥମ, ଏ.ଶେଖର ପ୍ରମୁଖଙ୍କ ସହ ୫୦ରୁ ଉର୍ଦ୍ଧ ଠିକାଦାର ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ