ଗ୍ୟାସଟାଙ୍କି ଫାଟି ୩ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ଏନଏସିର କୋର୍ଟ ଷ୍ଟେସନ ସାହିରେ ଗ୍ୟାସ ଫାଟି ତିନିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଯାଇଛି । ସୁଚନାଯୋଗ୍ୟ, କୋର୍ଟ ଷ୍ଟେସନ ସାହିରେ ଦୀର୍ଘ ବର୍ଷ ହେଲା ସୁର୍ଯ୍ୟ ନାରାୟଣ ପାତ୍ର ନାମକ ଜଣେ ଲାଇନ ବ୍ୟାପାରୀ ଘର ଭଡାରେ ରହି ବିଭିନ୍ନ ସାମଗ୍ରୀ ତିଆରି କରି ଛତ୍ରପୁର ଆଖପାଖ ଅଂଚଳରେ ବ୍ୟବସାୟ କରନ୍ତି । ଗୁରୁବାର ସେ ଘର ଚାବି ପକାଇ ଲାଇନ ବ୍ୟପାର କରିବା ନିମନ୍ତେ ଚାଲିଯାଇଥିବା ବେଳେ ହଠାତ୍ ତାଙ୍କ ଘରୁ କୌଣସିକାରଣ ବଶତଃ ଗ୍ୟାସ ହାଣ୍ଡି ପୃଥକ୍ ପୃଥକ୍ ବ୍ଲାଷ୍ଟ ହୋଇଥିଲା । ଯାହା ଫଳରେ ସାହି ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିଲେ । ନିଆଁ ହୁ ହୁ ଜଳିବା ସହ ଯେଉଁ ବ୍ଲାଷ୍ଟ ହେଲା ସାହିର ସମସ୍ତ ଘର ଭୂକମ୍ପରେ ଯେମିତି ହଲିବ ସେମିତି ଲାଗିଲା । ସାହିବାସୀନ୍ଦା ମାନେ ଦମକଳବାହିନୀଙ୍କୁ ଖବର ଜଣାଇଲେ । ଖବର ପାଇ ଦମକଳ ବାହିନୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରି ଗୋଟିଏ ଗ୍ୟାସ ହାଣ୍ଡିକୁ ବାହାରକୁ କାଡିଥିଲେ । ବଳକା ଗ୍ୟାସ ହାଣ୍ଡି ସହ ପ୍ରାୟ ୨ଲକ୍ଷ ଟଙ୍କ , ବିଭିନ୍ନ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ବିଭିନ୍ନ ଜାବତୀୟ ଜିନିଷ ନିଆଁରେ ପୋଡି ପାଉଁଶ ହୋଇଯାଇଥିବା ଲାଇନ ବ୍ୟାପାରୀ ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ଏନେଇ ଏହି ଦୃଶ୍ୟ ଦେଖିବା ନିମନ୍ତେ ଛତ୍ରପୁର ଶତାଧୀକ ଜନସାଧାରଣ ଭିଡ ଜମାହୋଇଥିଲେ ।


