ସାରଳା ସୂତାକଳ ପୁନରୁଦ୍ଧାର ପାଇଁ କଂଗ୍ରେସର ଆଲୋଚନାଚକ୍ର
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ) :- ଆଜି ତିର୍ତ୍ତୋଲ ବ୍ଲକ କଂଗ୍ରେସ ତରଫରୁ ତରଜଙ୍ଗା ସ୍ଥିତ ବ୍ଲକ କଂଗ୍ରେସ କାର୍ଯ୍ୟଳୟ ରେ ଶ୍ରୀ ସାରଳା ସମବାୟ ସୂତାକଳର ପୁନରୁଦ୍ଧାର ନିମନ୍ତେ ଆଗାମୀ କାର୍ଯ୍ୟପନ୍ଥା କଣ ଗ୍ରହଣ କରାଯିବ ସେହି ବିଷୟରେ ବ୍ଲକ କଂଗ୍ରେସ ଉପସଭାପତି ଧନଞ୍ଜୟ ସୂତାରଙ୍କ ସଭାପତିତ୍ବରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ରେ କଂଗ୍ରେସ ତାର ଆଗାମୀ କାର୍ଯ୍ୟପନ୍ଥା କଣ ଗ୍ରହଣ କରିବ ସାରଳା ସୂତାକଳର ପୁନରୁଦ୍ଧାର ନିମନ୍ତେ ସେହି ବିଷୟରେ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ କଂଗ୍ରେସ କର୍ମକର୍ତ୍ତା ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ବ୍ଲକସ୍ତରୀୟ ସୂତାକଳ ପୁନରୁଦ୍ଧାର କମିଟି ଗଠନ କରାଯାଇ ଥିଲା । କଂଗ୍ରେସ କରୁଥିବା ଦସ୍ତଖତ ଅଭିଯାନ ୨୦ ତାରିଖ ରେ ଶେଷ ହେଉଥିବା ବେଳେ ଆସନ୍ତା ୨୨ ତାରିଖ ସୂତାକଳ ସମ୍ମୁଖ ରେ ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ଏକ ପ୍ରତିବାଦସଭା ଆୟୋଜନ କରାଯିବ ର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଆଲୋଚନା ଚକ୍ର ରେ ଗୋବିନ୍ଦପୁର ସମିତି ସଭ୍ୟ ଦେବପ୍ରସାଦ ନାୟକ(ଫେଲୁ), ଉପସଭାପତି ଅଶ୍ବିନୀ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟି, ମୂଳିସିଂହ ସରପଞ୍ଚ ସଫି ଆଜମ୍, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ, ବୋଧେଇ ସମିତିସଭ୍ୟ ଶିବ ପ୍ରସାଦ ସାହୁ, ବ୍ରଜକିଶୋର ମଲ୍ଲିକ, ବଂଶୀଧର ପାତ୍ର, ଅତର ଖାନ୍, ବସନ୍ତ ପାତ୍ର, ସୌଳେନ୍ଦ୍ରେ ବେହେରା, ଗୋଲକ ବିହାରି ଦାସ, ଧ୍ରୁବ ଚରଣ ପରିଡା, ପ୍ରଗତି ରଞ୍ଜନ ପରିଜା, ତ୍ରିଲୋଚନ ଦାସ, ବିଭୁ ପ୍ରସାଦ ପଣ୍ଡା, ପ୍ରଶାନ୍ତ କୁମାର ଲେଙ୍କା, ତର୍ପଣ ଶତପଥି, ମିର୍ ଫରାନ ଉଦ୍ଦିନ୍, ରାକେଶ ସ୍ୱାଇଁ, ରବୀନ୍ଦ୍ର ମଲ୍ଲିକ,ସାଇ ପ୍ରଭଞ୍ଜନ ମହାପାତ୍ର ପ୍ରମଖ ଯୋଗ ଦେଇଥିଲେ । ଶେଷରେ ବ୍ଲକ କଂଗ୍ରେସ ଉପସଭାପତି ସୟଦ କଲାମ ଅଲ୍ଲୀଙ୍କ ଅକାଳ ବିୟୋଗ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା ।