ଫୁଲବାଣୀ ରେ ଘର ଭୁଶୁଡି ମା ଓ ଝିଅ ମୃତ, ବାପା ପୁଅ ଗୁରୁତର   

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲଗାଣ ବର୍ଷା ଯୋଗୁଁ କଚl ଘର ଭୁଶୁଡ଼ି ଗୋଟଏ ପରିବାର ର  ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଖବର ରୁ ପ୍ରକାଶ ଯେ, ଫୁଲବାଣୀ ତ୍ରିଦେବ ନଗର ରେ ଅପରାହ୍ନ ସମୟରେ ବ୍ରଜବନ୍ଧୁ ମାଝୀ ଙ୍କ ପରିବାର ଲୋକେ ଖାଉଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଘର କାନ୍ଥ ସବୁ ଭୁଷୁଡ଼ି ପଡିଥିଲା, ଫଳରେ ଘର କାନ୍ଥ ତଳେ ବାପା ମା ଓ ପୁଅ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ l ସ୍ଥାନୀୟ  ଲୋକେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି  କୁ ଖବର୍ ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ପହଁଚି ପରିବାର ଲୋକ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର  ମା ଓ ୫ ବର୍ଷର ଝିଅ ଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳା ହେଲେ ସୁରତି ମାଝୀ ଓ ମୃତ ଝିଅ ହେଲେ ସ୍ମିତା ରାଣୀ ମାଝୀ ବୋଲି ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ