ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ
ଫୁଲବାଣୀ, (ସୁନୀଲ କୁମାର ବେହେରା) :-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଆଜି ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଭାରତୀୟ ପରମ୍ପରାରେ ଗୁରୁ ପୂଜନର ବୈଶିଷ୍ଟ୍ୟ ବହୁ ପୁରୁଣା l ପରମ ପୂଜନିୟ ବ୍ୟାସଦେବ ଗୁରୁଶ୍ରେଷ୍ଠ l ତାଙ୍କର ଜନ୍ମ ତିଥି ତଥା ଆଷାଢ଼ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ପାଳନ କରିବା ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଗୈରିକ ଧ୍ବଜାକୁ ଗୁରୁ କରିବା ସହ ସାରା ଭାରତ ବର୍ଷରେ ଗୁରୁ ପୂଜନର ବ୍ୟବସ୍ଥା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା କାର୍ଯ୍ୟ ବାହ ନିରଞ୍ଜନ ମିଶ୍ର ଯୋଗଦେଇ ଗୁରୁ ପୂର୍ଣ୍ଣିମା ପାଳନର ମୁଖ୍ୟ ଉଦେଶ୍ୟ କଣ ଓ ଏହା କାହିଁକି ପାଳନ କରାଯାଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।ମନରେ ଦିବ୍ୟ ଭାବନା ତଥା ସମର୍ପଣ ଭାବ ସୃଷ୍ଟି କରିବା ମଧ୍ୟ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନ୍ୟତମ ବୋଲି ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଶିଶୁ ମାନଙ୍କୁ ଅବଗତ କରାଇଥିଲେ l ଶୁଭେଛୁ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୂଜନରେ ସାମିଲ ହୋଇଥିଲେ l ପରେ ପରେ ଶିଶୁ ଭାଇ ଭଉଣୀ, ଗୁରୁଜୀ ଗୁରୁମା ଓ ଶୁଭେଛୁ ମାନେ ଗୁରୁପୂଜନ କରିବା ସହ ଗୁରୁ ଦକ୍ଷିଣା ସମର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ l