ବିଜେପି ଯୁବମୋର୍ଚ୍ଚା ର କାର୍ଯକାରିଣୀ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ଙ୍କ ନେତୃତ୍ବରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ‌ଏହି କାର୍ଯ୍ୟକ୍ରମରେ  ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁ ଯୋଗଦେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ l ଆଗାମୀ ସାଧାରଣ ନିର୍ବାଚନ ରେ ବୁଥ ସ୍ତରରୁ ଆରମ୍ଭ କରି ପ୍ରତ୍ୟେକ ପଂଚାୟତ ରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ସଂଗଠନ କୁ ସୁଦୃଢ କରାଯିବ ସେନେଇ ବରିଷ୍ଠ ବିଜେପି କର୍ମୀ ପଦ୍ମ ଚରଣ ଦାସ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ l ଆନ୍ତରିକତା ର ସହିତ ବୁଥ ରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ଯୋଡି ହୋଇ ଭଲ ମନ୍ଦ ରେ ସାହାଯ୍ୟ ସହଯୋଗ କରିବାକୁ ବିଜେପି ଯୁବ ମୋର୍ଚ୍ଚା ପ୍ରଭାରୀ ନାରାୟଣ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ  l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ତଥା ପଦ୍ମ ଚରଣ ଦାସ, ଜ଼ିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଅଭୟ କୁମାର ପାତ୍ର, ଜ଼ିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି କୁସୁମ ପ୍ରଧାନ, ମିଡ଼ିଆ ସେଲ ସଂଯୋଜକ ଜଗନ୍ନାଥ ସାହୁ ( ଟିକୁ ), ବାଲିଗୁଡା ଯୁବମୋର୍ଚ୍ଚା ସଭାପତି ସୁଭାଶିଷ ମିଶ୍ର ସଂଯୋଜକ ମାଧବ ଦାସ ଯୁବ ମୋର୍ଚ୍ଚା ଜ଼ିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର କାନ୍ତ ନାୟକ ପ୍ରମୁଖ ବାଲିଗୁଡା ନଗର ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ