ବିଜେଡି ସମର୍ଥିତ ପଦ୍ମନାଭ ସାହୁ ହେଲେ ସମବାୟ ସମିତିର ସଭାପତି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପ୍ରାଥମିକ କୃଷି ସମବାୟ ସମିତିରେ ସଭାପତି ଭାବେ ପୂର୍ବତନ ସରପଞ୍ଚ ପଦ୍ମନାଭ ସାହୁ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ସେବା ସମବାୟ ସମିତିରେ ୧୫ଜଣ ନିର୍ଦେଶକଙ୍କ ମଧ୍ୟରୁ ୮ଜଣ ବିଜେଡି ସମର୍ôଥତ ହୋଇଥିବା ବେଳେ ୬ଜଣ କଂଗ୍ରେସ ସମର୍ଥିତ ନିର୍ଦେଶକ ଅଛନ୍ତି । ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ନିର୍ଦେଶକ ପଦଟି ଖାଲି ରହିଛି । କୁତୁରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀତାସୁନ୍ଦରୀ ମଲିକ ଓ ବିଜେଡି ଦଳ ପକ୍ଷରୁ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଯୁବନେତା ନରୋତ୍ତମ ମଲିକ ଏବଂ ସମିତିର ପୂର୍ବତନ ସଭାନେତ୍ରୀ ସୁମିତ୍ରା ସାହୁଙ୍କ ଉଦ୍ୟମ କ୍ରମେ ବିଜେଡି ସମର୍ଥିତ ନିର୍ଦେଶକ ପଦ୍ମନାଭ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟ କୈାଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ତେଣୁ ଶ୍ରୀ ସାହୁ ସମିତିର ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏହି ଅବସରରେ ଗୋଲଖ ଚନ୍ଦ୍ର ଜେନା, କାର୍ତ୍ତିକ ଚନ୍ଦ୍ର ପଣ୍ଡା, ସନତ କୁମାର ଜେନା, ବାସୁଦେବ ଜେନା, ସୁରେଶ ଚନ୍ଦ୍ର ସ୍ୱାଇଁ, ସମିତି ସଭ୍ୟା ମିନତୀ ଦାସ, ଦୁଃଶାସନ ମଲିକ, ମନୋରଞ୍ଜନ ଜେନା, ଅଭୟ କୁମାର ଦାସ, ସରକାରୀ ଓକିଲ ନିରଞ୍ଜନ ବଳ, ରାଜୀବ ପାତ୍ର, ଅଜୟ କୁମାର ସ୍ୱାଇଁ, ନାଏବ ସରପଞ୍ଚ ସବିତା ଦାସ ଏବଂ ତିନୋଟି ପଞ୍ଚାୟତର ଶତାଧିକ ବିଜେଡିକର୍ମୀ ମାନେ ଉପସ୍ଥିତ ରହି ନବ ନିର୍ବାଚିତ ସମିତି ସଭାପତି ଶ୍ରୀ ସାହୁଙ୍କୁ ମିଷ୍ଠାନ୍ନ ଖୁଆଇ ଶୁଭେଛା ଜଣାଇଥିଲେ ।


