ବୀର ହନୁମାନ ମନ୍ଦିରର ରୋଷଘର ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ସମ୍ମୁଖରେ ଥିବା ଶ୍ରୀ ଶ୍ରୀ ବୀର ହନୁମାନ ବିଗ୍ରହ ର ଏକ ରୋଷ ଘର ରବିବାର ଉଦଘାଟିତ ହୋଇଯାଇଛି । ପ୍ରସାଦ ପଟ୍ଟନାୟକ ଓ ମନୋଜ କୁମାର ପଣ୍ଡା କର୍ତ୍ତା ଭାବେ ଯୋଗ ଦେଇ ଦାୟିତ୍ୱ ତୁଲାଇଥିବା ବେଳେ ସମାଜସେବୀ ଏ. ରାବଣା ରାଓଙ୍କ ସଂଯୋଜନାରେ ସମସ୍ତ ପୂଜାପାଠ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଅଂଚଳର ବହୁ ମହିଳା ଓ ପୁରୁଷ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଭୀନ୍ନ ପୂଜାପାଠ କରିବା ସହ ହନୁମାନ ଚାଳିସା ପାଠ କରିଥିଲେ । ଜଗନ ଗୋସାଇଁ ଓ ମନୋରଞ୍ଜନ ଦାଶ ପୂଜା ପାଠ କରିଥିବା ବେଳେ ମଧ୍ୟାହ୍ନରେ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯିବା ସହ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଗୌର ପ୍ରସାଦ ମହାପାତ୍ର, ଟି. ଚନ୍ଦ୍ର ଶେଖର ରାଓ, ନିରଞ୍ଜନ ରାଉଳ, ନାଗେଶ୍ୱର ରାଓ, ବଳରାମ ରେଡ୍ଡୀ, ଦୁର୍ଗା ଦାସ, ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସମେତ ବହୁ କମିଟି ମେମ୍ବର ଓ ସ୍ଥାନୀୟ ବାସିନ୍ଦା ମାନେ ସହ ଯୋଗ କରିଥିଲେ ।