ବ୍ଲକ କାର୍ଯ୍ୟାଳୟ ଓ ବନବିଭାଗ ତରଫରୁ ବୃକ୍ଷରୋପଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ  ଓ ସିମନବାଡି ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ ହୋଇଥିଲା l ଏହି ଅବସରରେ ଦନେକବାଡି ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଵା ସହ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକରୁ  ଅଧିକ ବୃକ୍ଷରୋପଣ କରିବା ଲାଗି ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ l ସେହିପରି ଜଙ୍ଗଲ ରେ ନିଆଁ ନଲଗାଇବା ଏବଂ ବନ୍ୟଜନ୍ତୁ ର ସୁରକ୍ଷା କରିବା ନେଇ ସଚେତନ କରିଥିଲେ ବିଡ଼ିଓ ଶ୍ରୀ ପାତ୍ର l ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇ ରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ବିଡ଼ିଓ ଗଦାଧର ପାତ୍ର କହିଥିଲେ l ଅନ୍ୟ ମାନଙ୍କ ମଧରେ ଜଙ୍ଗଲ ବିଭାଗ ଫରେଷ୍ଟର ପ୍ରଶନ୍ନ ପାତ୍ର, ଡ଼ମ୍ବୁରୁ ଧର ଦିଗଲ, ପ୍ରିୟଙ୍କା ନାୟକ ସରପଞ୍ଚ ଧନଞ୍ଜୟ ପ୍ରଧlନ, ଙ୍କ ସମେତ ଏହି କାର୍ଯ୍ୟକ୍ରମ ରେ ବହୁ ପଦସ୍ତ ଅଧିକାରୀ ଙ୍କ ସମେତ ପ୍ରଦାନ ସ୍ଵେଛାସେବୀ ସଂଗଠନ କର୍ମକର୍ତା, ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ,ଛାତ୍ର ଛାତ୍ରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ