ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅବସରପ୍ରାପ୍ତ କର୍ମଚାରୀ ସଂଘ, ରେମୁଣା ଶାଖାର ସାଧାରଣ ବୈଠକ ସ୍ଥାନୀୟ ଗୌରୀଶଙ୍କର ମଣ୍ଡପରେ ସଂଘର ସଭାପତି ନିରଞ୍ଜନ ସାହୁଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଇଂ. ବନମାଳି ନାୟକ ଓ ଯୁଗ୍ମସମ୍ପାଦକ ସୁଦର୍ଶନ ଦାସ ଯୋଗଦାନ କରି ସଂଘର ଆଭିମୁଖ୍ୟ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟ ଉପରେ ମତବ୍ୟକ୍ତ କରିଥିଲେ । ଏହାପରେ ଆସନ୍ତା ୫ବର୍ଷ ପାଇଁ ସଂଘର କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୟନ କରାଯାଇଥିଲା । ନିରଞ୍ଜନ ସାହୁ ସଭାପତି, ଡ. ନରୋତ୍ତମ ପରିଡ଼ା କାର୍ଯ୍ୟକାରୀ ସଭାପତି, ସ୍ମୃତିଧର ସାହୁ, ପ୍ରଦୀପ କୁମାର ମହାନ୍ତି, ଗୀତା ଘୋଷ ଓ ବାସନ୍ତୀ ଦାସ ଉପସଭାପତି, ଅଜୟ କୁମାର ନାୟକ ସାଧାରଣ ସଂପାଦକ, ଡ. ଜଗବନ୍ଧୁ ମହାପାତ୍ର ଯୁଗ୍ମ ସଂପାଦକ, ଅବନୀକାନ୍ତ ପ୍ରଧାନ କୋଷାଧ୍ୟକ୍ଷ, ଯୋଗେଶ୍ଚନ୍ଦ୍ର ବେହେରା, ପ୍ରଦୀପ କୁମାର ମିଶ୍ର, ପ୍ରଦୀପ କୁମାର ବେହେରା ଓ କୃଷ୍ଣମୋହନ ମହାରଣା ସଂଗଠନ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଶେଷରେ ଜଗବନ୍ଧୁ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ