କୃଷି ରଣ ନୀତି କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :- ଗଞ୍ଜାମ ଜିଲ୍ଲାରେ ଅଣ ଧାନ ଚାଷ ସକାଶେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଚାଷୀଗଣ ଅଧିକ ଲାଭବାନ ହୋଇ ପାରିବେ  । ଜିଲ୍ଲାରେ କେଉଁ ବ୍ଲକ୍ ରେ କେଉଁ ଚାଷ ଭଲ ହେଉଛି ତାହାର ଆକଳନ କରାଯାଉ  । ସେହି ତଥ୍ୟକୁ ଆଧାର କରି ଉକ୍ତ ବ୍ଲକ୍ ରେ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ ଏବଂ ଜିଲ୍ଲାର କୃଷକଗଣ ଅଧିକ ଉପକୃତ ହେବା ସହିତ ଜିଲ୍ଲା କୃଷି କ୍ଷେତ୍ରରେ ସୁନାମ ଆଣିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ମତ ରଖିଛନ୍ତି  । ଜିଲ୍ଲାପାଳ ଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । କୃଷି ରଣନୀତି କମିଟି ର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ପରିଡା ଜିଲ୍ଲାର କୃଷିଜାତ ଫସଲର ବିକାଶ ନିମନ୍ତେ ଗୁରୁତ୍ବ ଦେଇଥିଲେ  । ଜିଲ୍ଲାରେ ରହିଥିବା କୃଷି ଭିତ୍ତିଭୂମିକୁ ଆଧାର କରି ଅନୁକୂଳ ପାଣିପାଗର ସ୍ଥିତି, ଚାଷ ଜମିରେ ଥିବା ମାଟିର ପରୀକ୍ଷା ନୀରିକ୍ଷା, ଉନ୍ନତମାନର ଚାରା, ସାରର ଉପଯୁକ୍ତ ବିନିଯୋଗ, ଜଳ ଯୋଗାଣ, କୃଷି ଋଣ, ଉନ୍ନତ ଧରଣର ଅତ୍ୟାଧୁନିକ କୃଷି ଭିତ୍ତିକ ପ୍ରଶିକ୍ଷଣ, ଯନ୍ତ୍ରାଂଶର ବ୍ୟବହାର ଓ ସଚେତନତା ଦିଗରେ ସୁବିସ୍ତୃତ ଆଲୋଚନା କରି ଆଗାମୀ ଖରିଫ୍ ଚାଷ ୨୦୨୨ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା  । ବିଗତ ବର୍ଷର କାର୍ଯ୍ୟ ଧାରାର ଅଭିଜ୍ଞତାକୁ ଭିତ୍ତି କରି ଆଗାମୀ ଖରିଫ୍ ଚାଷ ୨୦୨୨ର କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ  ।   ବିଗତ ୨୦୨୧-୨୨ ରବି ଚାଷରେ ୨,୨୧,୬୨୫   ହେକ୍ଟର ଚାଷ ଜମିରେ ଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ୨,୨୧,୫୦୩ ହେକ୍ଟର ଜମିରେ ଚାଷ କରାଯାଇଥିଲା  । ଏହି ଚାଷ ନିମନ୍ତେ ୨୦,୬୪୦ ମେଟ୍ରିକ୍ ଟନ୍ ରାସାୟନିକ ସାର ବ୍ୟବହାର ସକାଶେ ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ୨୪,୧୬୩ ମେଟ୍ରିକ୍ ଟନ୍ ରାସାୟନିକ ସାର ବିନିଯୋଗ ହୋଇଥିଲା  । ରାଜ୍ୟ ମୃତ୍ତିକା ପରୀକ୍ଷଣ ଲାବରେଟୋରୀ ମାଧ୍ୟମରେ ୩୫,୦୦୦ ଗୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ  ଜିଲ୍ଲାରେ ଆବଣ୍ଟନ କରି ଦୂର୍ଗର ସନ୍ତୁଳିତ ବ୍ୟବହାର ମାଧ୍ୟମରେ ମୃତ୍ତିକାର ସ୍ୱାସ୍ଥ୍ୟ ଉର୍ବରତା ବଜାୟ ରଖିବା ପାଇଁ ଜିପିଏସ୍ ତଥ୍ୟ ବ୍ୟବହାର କରି ସଂଗୃହୀତ ମୃତ୍ତିକା ନମୂନା ଗୁଡିକର ବିଶ୍ଳେଷଣ ହୋଇଥିବା ବୈଠକରେ ଜଣା ପଡିଛି  । ଜିଲ୍ଲାରେ ମୃତ୍ତିକା ପରୀକ୍ଷଣ କରିବା ନିମନ୍ତେ ଦୁଇ ଗୋଟି ମୋବାଇଲ୍ ଭ୍ୟାନ୍ ରହିଛି  । ଜିଲ୍ଲାକୁ ଉତ୍ତମ ମାନର ଚାରା ଆସୁଛି  ସେହି ଚାରା ସମ୍ପର୍କରେ ଚାଷୀଗଣଙ୍କ ଧାରଣା ନଥିବା ହେତୁ ସେହି ଚାରା ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି  । ଯାହା ଫଳରେ ଉତ୍ତମ ଚାରା ବଳକା ରହିଯାଉଛି  । ଏଣୁ ଚାଷୀଙ୍କୁ ଉତ୍ତମ ଚାରା ସମ୍ପର୍କରେ ସଚେତନ କରାଇବାକୁ କୁହାଯାଇଥିଲା  । ଜିଲ୍ଲାରେ କେବଳ ଧାନଚାଷ ଅଧିକ ମାତ୍ରାରେ ହେଉଛି  । ଅଣ ଧାନ ଚାଷ ସମ୍ପର୍କିତ ସଚେତନତା କରାଯାଇ ଏହାର ଅଭିବୃଦ୍ଧି କରାଗଲେ ଚାଷୀଗଣ ଅଧିକ ଲାଭବାନ ହୋଇପାରିବେ  । ତୈଳବୀଜ ଚାଷର ଅଭିବୃଦ୍ଧି କରାଗଲେ ଚାଷୀ ଅଧିକ ଲାଭବାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଗୁରୁତ୍ବ ଦେଇ  ସେଥି ସକାଶେ ଚାଷୀଙ୍କୁ ସଚେତନ କରାନ୍ତୁ ବୋଲି ଜଣାଇଥିଲେ  ।   ଜିଲ୍ଲାରେ ଯାହାବି ଚାଷ ହୁଏ ତାର ବିକ୍ରିବଟାର ସୁବିଧା କରାଇବା , ଉନ୍ନତମାନର ଚାରା ଯୋଗାଇବା, କୃଷିଋଣର ସଂଖ୍ୟା ବୃଦ୍ଧି କରାଇବା, କ୍ଷେତକୁ ଜଳ ସେଚନର ବ୍ୟବସ୍ଥା ଇତ୍ଯାଦି ଆନୁସଙ୍ଗୀକ ଭିତ୍ତିଭୂମିର ବିକାଶ ହୋଇ ପାରିଲେ କୃଷି ଓ କୃଷକର ଉନ୍ନତି ହେବା ସହିତ ଜିଲ୍ଲା କୃଷିକ୍ଷେତ୍ରରେ ନିଜର  ସୁନାମ ବଜାୟ ରଖିବେ ବୋଲି ଜିଲ୍ଲାପାଳ ମତ ଦେଇଥିଲେ  । ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ସମ୍ପର୍କିତ ଆଲୋଚନା ହୋଇଯାଇଛି  ।  ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କିର୍ତ୍ତୀ ଭାସନ୍, କେବିକେ  ଗଞ୍ଜାମ-୧ ଭଞ୍ଜନଗରର ବରିଷ୍ଠ ବୈଜ୍ଞାନିକ ଡ. ସୁତନୁ କୁମାର ଶତପଥୀ,  କୃଷି ସଂପ୍ରସାରଣ ବୈଜ୍ଞାନିକ ଡ. ସନ୍ତୋଷ କୁମାର ସାମନ୍ତରାୟ, ଖଲ୍ଲିକୋଟ ଅତିରିକ୍ତ କୃଷି ଉନ୍ନୟନ ଅଧିକାରୀ ଜେ ନଳନୀ, ଦିଗ ପହଣ୍ଡି ଅତିରିକ୍ତ କୃଷି ଉନ୍ନୟନ ଅଧିକାରୀ ନିରଞ୍ଜନ ମହାପାତ୍ର, କ୍ଷୁଦ୍ର ଜଳସେଚନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ପାଳ ଏବଂ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଏବଂ ଜିଲ୍ଲା ସ୍ତରୀୟ କୃଷି ସଂପ୍ରସାରଣ ଅଧିକାରୀଗଣ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ