ଗୋବରୀ ନଦୀ ଜଳ ପ୍ରଦ୍ୟୁଷଣ ମାମଲା : ୨୪ ଲକ୍ଷ ଟଙ୍କା ପୈଠ କରିବାକୁ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସହର ଦେଇ ବହି ଯାଇଥିବା ଗୋବରୀ ନଦୀ ଜଳ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି । ଏହି ଜଳକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାରେ କେନ୍ଦ୍ରାପଡ଼ା ପୌରପାଳିକା ସଫଳ ହୋଇପାରିନି । ତେଣୁ କେନ୍ଦ୍ରାପଡ଼ା ପୌରପାଳିକାକୁ ୨୪ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦଣ୍ଡିତ କରିଛନ୍ତି । ଗତ ୨୦୨୦ ମସିହା ଜାନୁୟାରୀ ମାସରୁ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଅବଧି ମଧ୍ୟରେ ଏହି ଜୋରିମାନା ଦଣ୍ଡାଦେଶ କରାଯାଇଥିବା ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦେଶରେ ଦର୍ଶାଯାଇଛି । ଏହି ଅର୍ଥ ପୌରପାଳିକା ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡରେ ପୈଠ କରିବ । ସେହିପରି ଏବେଠାରୁ ପ୍ରତି ମାସରେ ପୌରପାଳିକା ଏକ ଲକ୍ଷ ଟଙ୍କା ଜୋରିମାନା ଆକାରରେ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ପୈଠ କରିବ ବୋଲି ନିର୍ଦେଶରେ ଉଲ୍ଲେଖ ରହିଛି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ