ବେଲପଡ଼ା ଗ୍ରାମରେ ପାଣିରେ ବୁଡି ଭିନ୍ନକ୍ଷମ ମହିଳା ମୃତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ପୋଲିସ ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ପାଙ୍ଗିଡି ପଞ୍ଚାୟତର ବେଲପଡା ଗ୍ରାମର ଜଣେ ୫୭ ବର୍ଷ ବୟସ୍କ ଭିନ୍ନକ୍ଷମ ମହିଳା ଜୁଲାଇ ୨୦ ତାରିଖ ଦିନ ଗ୍ରାମ ବନ୍ଧର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ବେଲପଡା ଗ୍ରାମର ଭିନ୍ନକ୍ଷମ ମହିଳା ନଳିତା ନାୟକ, ପିତା ଦଣ୍ଡାସି ନାୟକ, ନିଜ ଗ୍ରାମର ବନ୍ଧକୁ ସକାଳେ ସ୍ନାନ ଶୌଚ ପାଇଁ ଯାଇଥିଲେ। ବନ୍ଧରେ ଜଳ ପୂର୍ଣ୍ଣ ଥିବା ବେଳେ ମହିଳା ଜଣକ ପାଣିରେ ବୁଡି ଯାଇଥିଲେ। ସକାଳ ପ୍ରାୟ ୮ ଘଣ୍ଟା ସମୟରେ ଗ୍ରାମାଲୋକମାନେ ପାଣିରେ ଭାସୁଥିବା ନଳିତାଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ନଳିତା ନାୟକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଓଆଇସି ସମୀର କୁମାର ବେହେରା ବୁଗୁଡା ଡାକ୍ତରଖାନାରେ ପହଞ୍ଚି ମରଶରୀରକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ