“ପିଲାଟିଏ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡା ଗ୍ରାମ ପଞ୍ଚାୟତ ଈଶାଣେଶ୍ୱର ପାଠାଗାର ଏବଂ ମାଣିକେଶ୍ୱର ବିଦ୍ୟାଳୟର ମିଳିତ ଉଦ୍ୟମରେ “ପିଲାଟିଏ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ୨୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ବୃକ୍ଷରୋପଣ ସହ ଵୃକ୍ଷରୋପଣର ମହାନତା ବିଷୟରେ ଶ୍ରୀ ପଟ୍ଟନାୟକ ବୁଝାଇଥିଲେ । ଆଗାମୀ ବର୍ଷା ଦିନରେ ଦାଣ୍ଡ, ବାଡ଼ି, ବଗିଚା, ପାହାଡ଼, ପୋଖରୀ ତଟରେ ଯେଭଳି ଅଧିକରୁ ଅଧିକ ଵୃକ୍ଷରୋପଣ କରିବା ସହ ବୃକ୍ଷମାନଙ୍କୁ ସୁରକ୍ଷା ଦେବା ତତ୍ ସହିତ ଗାଁ ପରିବେଶକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶବିତ ସୁଧୀର ରାଉତ, ଶ୍ୟାମସୁନ୍ଦର ଖାଡାଙ୍ଗା, ଏ.ପ୍ରକାଶ, ଅମିତା ତରାଇ, ସବିତା ସାହୁକାର,ରବି ସାହାଣୀ, ପାଠାଗାରର ସଭାପତି ବନମାଳୀ ପ୍ରଧାନ , ଫରେଷ୍ଟର ଅରୁଣ କୁମାର ଦାସ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିନାଥ ସାହୁ, ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ଚର୍ଚ୍ଚି, ଅରୁଣ କୁମାର ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ