ମେଗା ରକ୍ତଦାନ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :-ରକ୍ତ ଦାନ ମହତ୍ ଦାନ, ରକ୍ତ ବଂଚାଏ  ଶତ ଜୀବନ । ଅର୍ଜନ କରି କୋଟିଏ ପୁଣ୍ୟ, ସଫଳ କର ମାନବ ଜୀବନ । ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସାକୁରା ବେହେରାଙ୍କ ସାନ ଭାଇ ଚିଙ୍କାରା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଛତ୍ରପୁର ର ଯୁବ ସମାଜସେବୀ କେ. ଚନ୍ଦ୍ର ଶେଖର ରାଓ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ସିପିଆଇ ନେତା ଡି. ଆଦି ନାରାୟଣ ରେଡ୍ଡୀ, ଚମାଖଣ୍ଡି ସରପଂଚ  ସିଏଚ.ମନୋଜ କୁମାର ରେଡ୍ଡୀ, , ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌୍‌. ଜନାର୍ଦ୍ଦନ ରେଡ୍ଡୀ, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ୍ ସମ୍ପାଦକ ଏସ୍‌. କ୍ରିଷ୍ଣା ରେଡ୍ଡୀ, ଗଞ୍ଜାମ ଜୋନ୍ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ, ଦୁର୍ଯ୍ୟୋଧନ ପରିଡା, ଆଇନଜିବୀ ରାମ ଚନ୍ଦ୍ର ବେହେରା, ଆଦିତ୍ୟ ପ୍ରସାଦ ମିଶ୍ର, କୈଳାଶ ପଲାଇ, ମାଗୁଣି ବିଷୋୟୀ  ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସ୍ୱର୍ଗତ ବେହେରାଙ୍କ ତୈଳ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ରକ୍ତଦାନ ଶିବିରରେ ବହୁ ଯୁବକ ଓ ଆଖ ପାଖ ଅଂଚଳର ରକ୍ତଦାତା ମାନେ  ଯୋଗ ଦେଇ ରକ୍ତଦାନ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିଲେ । ଏଥିରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ