ଏମ୍.ବି.ଏସ୍. ପବ୍ଲିକ ସ୍କୁଲ୍ର ଶତପ୍ରତିଶତ ସଫଳତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଚଳିତବର୍ଷ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଭୁବନେଶ୍ୱର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏମ୍ବିଏସ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍ ଟପ୍ପର ଭାବରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ତ୍ରୀଷା ନନ୍ଦ ୯୮ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀର ଛାତ୍ର ଶ୍ରମାନ ଗଗନ ଦାସ ୯୭.୮ ପ୍ରତିଶତ ନମ୍ବର ରଖିଛନ୍ତି । ଦଶମରେ ୩୫ ପ୍ରତିଶତ ଓ ଦ୍ୱାଦଶରେ ୩୮ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ପାଇଛନ୍ତି ଓ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍ର ସଫଳତା ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏମ୍ବିଏସ୍ ପବ୍ଲିକ ସ୍କୁଲ୍ ବୁଦ୍ଧ ମନ୍ଦିର ଦ୍ୱାରା ପରିଚାଳିତ ଏଠାରେ ଅତ୍ୟନ୍ତ କମ୍ ଦେୟରେ ପାଠପଢା ହେବା ସହ ସମସ୍ତ ପ୍ରାପ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦରମାରେ ଖର୍ଚ୍ଚ କରାଯାଏ । ସ୍କୁଲ ଏହି ସଫଳତା ପାଇଁ ଅଭିଭାବକ ସଂଘର ସଭାପତି ଶ୍ରୀ ଦୀପକ କୁମାର ସାହୁ, ସ୍କୁଲ୍ ପରିଚାଳନା ସମିତି ସଭାପତି ପ୍ରଫେସର ଡଃ ବେତବତୀ ମହାନ୍ତି, ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର ଓ ପ୍ରିନ୍ସିପାଲ ଶ୍ରୀ ଜଗତକୃଷ୍ଣ ଶିଶୁ ଗୋସ୍ୱାମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସଂସ୍ଥାର ସର୍ବଭାରତୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


