ଚାରିଛକ ଫାଣ୍ଡି କୁ ନୂଆଗାଡ଼ି ଆସିଲା 

ନିମାପଡ଼ା, (ସନ୍ତୋଷ ଦାଶ ) :-ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନସ୍ଥ ଚାରିଛକ ଫାଣ୍ଡିରେ ଥିବା ପୁରୁଣା ଜିପ୍ ଟି ଦୀର୍ଘ ତିନି ମାସ ହେଲା ଅଚଳ ହୋଇ ପଡ଼ିରହିଛି । ଫଳରେ ତିନି ମାସ ହେଲା ରାତ୍ର ପେଟ୍ରୋଲିଙ୍ଗ ହେବାରେ ସମସ୍ୟା ଦେଖାଦେଇଛି । ପୁରୀ, ଖୋର୍ଦ୍ଧା ,କଟକ, ଓ ଜଗତସିଂପୁର ଜିଲ୍ଲାର ସୀମା ରେ ଥିବା ଏହି ଚାରି ଛକ ବଜାର ରେ ଦୈନିକ ଛୋଟ ବଡ଼ ରାସ୍ତା ଦୁର୍ଘଟଣା ଘଟୁଛି।ବର୍ଷା ଦିନ ଚାଲିଥିବା ବେଳେ ଚୋରି, ଡକାୟତି , ରାହାଜାନୀ ପ୍ରଭୁତି ଘଟଣା ଘଟିଲେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ସମ୍ଭବ ପର ହେଉନି । ଫାଣ୍ଡି କୁ ଏକ ଗାଡ଼ି ଯୋଗାଇ ଦେବାକୁ ଗତ ମୋ ପୋଲିସ କାର୍ଯ୍ୟକ୍ରମ ସମୟରେ ଚାରି ଛକ ଅଞ୍ଚଳର ଜନ ସାଧାରଣ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଓ ଥାନାଧିକାରୀ ଶଙ୍କର୍ଷଣ ଦଳାଇ ଙ୍କ ନିକଟରେ ଦାବି କରିଥିଲେ । ଫାଣ୍ଡିରେ ଗାଡ଼ି ନଥିବାରୁ ଅପରାଧ ଘଟୁଥିବା ସ୍ଥାନ ରେ ତୁରନ୍ତ ପହଞ୍ଚି ପାରୁନ ଥିବା ବେଳେ ବାଇକ ନେଇ ଯାଇ ପହଞ୍ଚିବା ସମ୍ଭବ ପର ହେଉନାହିଁ । ତେଣୁ ଫାଣ୍ଡି କୁ ଏକ ଗାଡ଼ି ଯୋଗାଇ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ।ଯଦି ତୁରନ୍ତ ଗାଡ଼ି ଯୋଗାଇ ଦିଆ ନ ଯା ଏ, ତେବେ ସଂଗଠନ ମାନେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ।ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାକୁ ଗୁରୁତର ସହ ବିଚାର କରି ଏକ ବୋଲେରୋ ଗାଡ଼ି ଚାରିଛକ ଫାଣ୍ଡି କୁ ଦେଇଛନ୍ତି ।ଫଳରେ ନାଇଟ ପେଟ୍ରୋଲିଙ୍ଗ କାର୍ଯ୍ୟ ଚାଲିବ ବୋଲି ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ସୂଚନା ଦେଇଛନ୍ତି । ଚାରି ଛକ ଫାଣ୍ଡିକୁ ଗାଡ଼ି ଯୋଗାଇଦେଇ ଥିବାରୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ନିମାପଡା ଉପ ଆରକ୍ଷୀ ଅଧିକ୍ଷକ ଙ୍କୁ ଧନ୍ୟବାଦ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ