ପଲିଟେକନିକ୍ କଲେଜରେ ପୁରସ୍କାର ବିତରଣ ଉତ୍ସବ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ଥିବା ପଲିଟେକନିକ୍ କଲେଜରେ ‘ୱାର୍ଲ୍ଡ ଅଫ୍ ୟୁଥ୍ ସିଡ୍ୟୁଲ ଡେ ଇଭେଣ୍ଟ’ କାର୍ଯ୍ୟକ୍ରମ ଗୁଡିକର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଶିକ୍ଷା ଗ୍ରହଣ ଓ ଶାରୀରିକ ସୁସ୍ଥତା ପାଇଁ ଖେଳକୁଦରେ ପାରଦର୍ଶିତା ହାସଲ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଇଭେଣ୍ଟର ପ୍ରାୟ ୮୦ ଜଣ କୃତୀ ପ୍ରତୀଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟତମ ଅତିଥି ଭାବେ ଫୁଲବାଣୀ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ଜ୍ଞାନ, କୌଶଳ,ଓ ହୃଦୟର ସହମତିରେ ଭଲମନ୍ଦ ନିର୍ଦ୍ଧାରଣ ସହ କାମ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଆବଶ୍ୟକୀୟ ଯନ୍ତ୍ରପାତିକୁ ମଧ୍ୟ ସଠିକ ଭାବରେ ବ୍ୟବହାର ଯୋଗ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ରଥ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ