୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ଵାବଧାରେ ଏସଆଇ ସତ୍ୟ ନାରାୟଣ ଦେବତା ଓ ତାଙ୍କ ଟିମ ମୋହନା କଲେଜ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୋହନା ପଟୁ ଆସୁଥିବା ଏକ ଅଟୋ ନଂ (ଓଡ଼ି୦୭ଏନ୨୦୭୧)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଅଟୋରୁ ତିନୋଟି ପ୍ଲାଷ୍ଟିକ ଜରି ଅଖା ପାଇଥିଲେ । ସ୍ଥାନୀୟ ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୯୫ କିଲୋ ୪ଶହ ଗ୍ରାମ ହୋଇଥିଲ । ଯାହାର ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ। ଉକ୍ତ ଗଞ୍ଜେଇ ସବୁ ମୋହନା ଅଞ୍ଚଳରୁ ସଂଗୃହିତ ହୋଇ ବ୍ରହ୍ମପୁର କୁ ଚାଲାଣ ହେଉଥିବା ଜଣାପଡିଛି । ଏଥିରେ ସଂପୃକ୍ତ ଥିବା ୨ଜଣ ନାବାଳକ ଗିରଫ ହୋଇଥିଲେ।ସେମାନେ ହେଲେ ମିହିର ବେହେରା, ଜସପାଲ ନାୟକ । ସେହିପରି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ଵାବଧାନରେ ଏସଆଇ ଲକ୍ଷ୍ମଣ ବେଶ୍ରା ଓ ତାଙ୍କ ଟିମ ଅଡବା ଥାନା ଅନ୍ତର୍ଗତ ରେଣୁ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରେଣୁ ଛକ ନିକଟରେ ଏକ କାର ନଂ ( ଓଡ଼ି୦୭ଏଏ୫୩୩୪)କୁ ଅଟକାଇ ଯାଞ୍ଚ କରିବା ବେଳେ ଦୁଇଟି ଜରିବସ୍ତାରେ ଗଞ୍ଜେଇଥିବା ପାଇଥିଲେ । ଅତିରିକ୍ତ ତହସିଲଦାର ଶ୍ରୀ ପଲାଇଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୬୩ କିଲୋ ୨ଶହ ଗ୍ରାମ ହୋଇଥିଲା । ଯାହାର ବଜାର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ଏଥିରେ ସଂପୃକ୍ତ ଥିବା ୨ ନାବାଳକ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଜଗନ୍ନାଥ ନାୟକ ,ରଞ୍ଜନ ମହାନ୍ତି, ଡି. ବିନୟ ବାସୁ ପାତ୍ର , ଜୟଲ ଶବର । ଏମାନେ ଅଡବା ଅଞ୍ଚଳରୁ ଗଞ୍ଜେଇ ସଂଗୃହିତ କରି ବ୍ରହ୍ମପୁର ଚାଲାଣ କରୁଥିଲେ। ସମସ୍ତ ଗଞ୍ଜେଇ ମାଫିଆ ଗଜପତି ଜିଲ୍ଲାର ବୋଲି ଏସଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ