ମୋ ପ୍ରିୟ ବାରୁଡ଼ା ସେଲ୍ଫି ପଏଣ୍ଟ ଉଦଘାଟିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) -ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ା ଛକ ଠାରେ ମୋ ପ୍ରିୟ ବାରୁଡ଼ା ସ୍ମାରକୀ ଉନ୍ମୋଚନ ହୋଇଯାଇଛି । ବିକାଶ ପରିଷଦ ବାରୁଡ଼ା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଭଞ୍ଜନଗର ଥାନା ଏସ.ଆଇ କେଶବ ଶଢଙ୍ଗୀ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ବିକାଶ ଚନ୍ଦ୍ର ସ୍ୱାଇଁ,ସରପଞ୍ଚ ପ୍ରତିନିଧି ରଞ୍ଜିତ ନାୟକ ଯୋଗ ଦେଇଥିଲେ । ଅରକ୍ଷିତ ପରିଛା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଗ୍ରାମର ଯୁବଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ଅତିଥି ମାନେ ବେଶ ପ୍ରଶଂସା କରିଥିଲେ । ବାରୁଡ଼ା ଗ୍ରାମ କିଭଳି ଏକ ଆଦର୍ଶ ଗ୍ରାମ ହୋଇପାରିବ ଏବଂ ଏହା ଅନ୍ୟାନ୍ୟ ଗ୍ରାମ ପାଇଁ ଉଦାହରଣ ସୃଷ୍ଟି କରିବ ସେଦିଗରେ ଗ୍ରାମବାସୀ ମାନେ ଚେଷ୍ଟା କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ । ଏଥିରେ ଗ୍ରାମର ବହୁ ଯୁବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


