ଶ୍ରାବଣ ଦ୍ୱିତୀୟ ସୋମବାର : ଜଳଲାଗି କଲେ କାଉଡିଆ

ହିଞ୍ଜିିଳିକାଟୁ, (ଶେଷଦେବ ସାହୁ) : ଧାର୍ମିକ ଶ୍ରାବଶ ମାସ ଦ୍ବିତୀୟ ସୋମବାର ଉପଲକ୍ଷେ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ସମସ୍ତ ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି । ଏଥି ସକାଶେ ସ୍ଥାନୀୟ ଅଞ୍ଚଳର କାଉଡ଼ିଆ ମାନଙ୍କ ବୋଲବୋମ ଶବ୍ଦରେ ଗାଁ ଠାରୁ ସହର ପ୍ରକମ୍ପିତ ହୋଇ ପଡ଼ିଛି । କାଉଡ଼ିଆ ମାନେ ନିଜର ମାନସିକ ପୂରଣ କରିବା ଲାଗି ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ପୂଜାପାଠ ଓ ହୋମ କରି ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ସୋରଡା ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ଏକଲପୁର ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ଆସିକା ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୈାରାଞ୍ଚଳ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱରଙ୍କ ପୀଠରେ ଜଳଲାଗି କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ଼ ରାମେଶ୍ବର ବୋଲବମ ସଙ୍ଘର ବହୁ କାଉଡ଼ିିଆ ପ୍ରତାପୁର ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ହୁମା ନିକଟସ୍ଥ ମଲିକାଅର୍ଜୁନ ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ବୋଲବମ ସଙ୍ଘର କାଉଡ଼ିଆ ମାନେ ଗଞ୍ଜାମ ଜିଲ୍ଲା ସମେତ ନିକଟବର୍ତ୍ତୀ ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଜଳଲାଗି କରି ନିଜ ନିଜର ମାନସିକ ପୂରଣ କରିଥିଲେ । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡ଼ା ସ୍ଥିତ କପିଳେଶ୍ୱର, ନୂଆଁଗଡ଼ ସ୍ଥିତ ବାଲୁଙ୍କେଶ୍ୱର, ହିଞ୍ଜିଳି ସ୍ଥିତ ସପ୍ନେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ସ୍ଥିତ ପଶ୍ଚିମାଭିମୁଖୀ କାଶୀବିଶ୍ୱନାଥ, ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପୋଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର,ଆଡ଼ପଡ଼ାର ଇଶାଣେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର ସମେତ ନିକଟବର୍ତ୍ତୀ ଅଞ୍ଚଳର ସମସ୍ତ ଶୈବପୀଠ ଗୁଡ଼ିକରେ ଦିନତମାମ ଶୈବଭକ୍ତ ସମେତ କାଉଡ଼ିଆ ମାନଙ୍କ ଗହଳି ଲାଗି ରହିଥିଲା । କାର୍ଯ୍ୟକ୍ରମକୁ ଅଶୋକ ପ୍ରଧାନ, ଶେଷଦେବ ସାହୁ, ସିମାଞ୍ଚଳ ଚୌଧୁରୀ, କାଳିଆ ନାୟକ, କୃଷ୍ଣ ଚନ୍ଦ୍ର ପଣ୍ଡା, ଗୋପାଳ କୃଷ୍ଣ ସାହୁ, ପପି ସାହୁ, ନିଳାଞ୍ଚଳ ଗୈାଡ, ସତ୍ୟ ମହାଙ୍କୁଡ, ନିଳାଞ୍ଚଳ ପାଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ