କାର୍ମେଲ ସେକେଣ୍ଡାରି ସ୍କୁଲ ପକ୍ଷରୁ ଆଥଲେଟିକ ମ୍ୟାଚ୍ ୨୦୨୨ ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଷ୍ଟାଡିୟମ ପରିସରରେ କାର୍ମେଲ ସେକେଣ୍ଡାରି ସ୍କୁଲ ପକ୍ଷରୁ ଜୋନାଲ ଆଥଲେଟିକ ମ୍ୟାଚ୍ ୨୦୨୨ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଡୋରେଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳକ ସିଷ୍ଟର ଖ୍ରୀଷ୍ଟା ଏବଂ କୟଶ୍ରୀ କେମିକାଲ ବିଦ୍ୟାଳୟର ଅଧ୍ୟକ୍ଷା ଜୟଲକ୍ଷ୍ମୀ ମହାନ୍ତି ଯୋଗ ଦେଇ ଏହି ମ୍ୟାଚ୍ କୁ ଉଦଘାଟନ କରିଥିଲେ । ଏହି ମ୍ୟାଚ୍ ରେ ଡି ପଲ ସ୍କୁଲ, ଏସଟି ଭିନସେଣ୍ଟ ସ୍କୁଲ, ଏସଟି ଜୋଶେଫ ସ୍କୁଲ, ଏମଏଭି ସ୍କୁଲ, ଜୟଶ୍ରୀ କେମିକାଲ ସ୍କୁଲ ଏବଂ କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲର ଆଇସିଏସଇ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏଥିରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ଦୌଡ ପ୍ରତିଯୋଗିତା, ଲଙ୍ଗ ଜମ୍ପ, ହାଇ ଜମ୍ପ ଭଳି ବିଭିନ୍ନ ଖେଳର ଆୟୋଜନ ହୋଇଥିଲା । ଏଥିରେ କାର୍ମେଲ ସେକେଣ୍ଡାରି ସ୍କୁଲ ୨୬ ଟି ସ୍ୱର୍ଣ୍ଣ ପଦକ, ୧୯ ଟି ରୋପ୍ୟ ପଦକ ଓ ୧୩ ଟି ବ୍ରୋଞ୍ଚ ପଦକ ହାସଲ କରି ସଫଳତା ହାସଲ କରିଛି । ସମସ୍ତ କାର୍ଯ୍ୟକ୍ରମକୁ କାର୍ମେଲ ସ୍କୁଲର କ୍ରୀଡା ଶିକ୍ଷକ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ ସୁନୀତା ପାତ୍ର, ସୁବ୍ରତ କୁମାର ସାହୁ, ସନ୍ତୋଷ ବିଷୋୟୀ ଓ ସନ୍ତୋଷ ଗୌଡ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ