କାରଗିଲ ବିଜୟ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ସହରର ପ୍ରବେଶ ପଥ ତିନିମୁହାଣୀ ଠାରେ ଥିବା ଅମର ଜବାନ ଜ୍ୟୋତି ଠାରେ ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ସୈନିକ ସଂଘର ପୂର୍ବତନ ସଭାପତି ଅଭୟ କୁମାର ପାଣି, ସମ୍ପାଦକ ମହେଶ୍ୱର କର, ସୁଶାନ୍ତ କୁମାର ସ୍ୱାଇଁ, ତୁଷାରକାନ୍ତ ମହାପାତ୍ର, ଜୀତେନ୍ଦ୍ର କୁମାର ପଣ୍ଡା, ତିନିମୁହାଣୀ ବଜାର କମିଟି ପକ୍ଷରୁ ରଞ୍ଜିତ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


