ଗୋଲାପି ଇତିହାସ ଅପେକ୍ଷାରେ ଇଡେନ୍‌,ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ ସହ ତୁଳନା କଲେ ବିରାଟ

କୋଲକାତା: ଭାରତର ଅଧିନାୟକ ବିରାଟ କୋହଲି ଭାରତ-ବାଲାଂଦେଶ ଦିବା ରାତ୍ର ଟେଷ୍ଟକୁ ୨୦୧୬ ଟେଣ୍ଟି-୨୦ ବିଶ୍ୱକପ୍ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ତୁଳନା କରିଛନ୍ତି । ଗୋଲାପି ବଲ ଟେଷ୍ଟ ପାଇଁ ଆମେ ବହୁତ ଉତ୍ସାହିତ ଅଛୁ, ଏହା ଆମକୁ ୨୦୧୬ ଟେଣ୍ଟି-୨୦ ବିଶ୍ୱକପ୍  ଇଡେନରେ ଖେଳିଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ ଭଳି ଲାଗୁଛି, ବଡ଼ ବଡ଼ ଖେଳାଳି ମ୍ୟାଚ୍ ଦେଖିବାକୁ ଆସିବେ ଏବଂ ଆହୁରି ଅନେକ କଥା ଏହି ମ୍ୟାଚ୍ ପାଇଁ ଆୟୋଜନ କରାଯାଇଛି । ଷ୍ଟାଡିୟମରେ କ୍ରୀଡ଼ାପ୍ରେମୀଙ୍କ ବିଶାଳ ଉପସ୍ଥିତି ସବୁ ଖେଳାଳିଙ୍କୁ ଉତ୍ସାହିତ କରିବ । ଭାରତର ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚ୍ ଖେଳୁଥିବାରୁ ଆମେ ବହୁତ ଭାଗ୍ୟବାନ ବୋଲି କୋହଲି କହିଛନ୍ତି । ତେବେ ମ୍ୟାଚ୍ ସମୟରେ କାକର ଉଭୟ ଦଳ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଦେବା ସହିିତ କ୍ଷେତ୍ରରକ୍ଷଣ ସବୁଠାରୁ ଆହ୍ୱାନଭରା କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଟେଷ୍ଟ କ୍ରିକେଟକୁ ଆନନ୍ଦଦାୟକ କରାଯାଇପାରେ ମାତ୍ର ଟେଷ୍ଟର ବିଶୁଦ୍ଧ ରୂପକୁ ଆପଣ ମନୋରଞ୍ଜନ ଆଧାରରେ ତିଆରି କରିପାରିବେ ନାହିଁ । ଦିବା-ରାତ୍ର ଫର୍ମାଟକୁ ଟେଷ୍ଟ ଖେଳିବାର ଏକମାତ୍ର ବିକଳ୍ପ କରାନଯାଉ । ଏହା ଦ୍ୱାରା ଆମେ ପ୍ରଥମ ସତ୍ର (ଅଧିବେଶନ) ଅଧୀରତାକୁ ହରାଉଛେ ବୋଲି କୋହଲି କହିଛନ୍ତି । ସେହିଭଳି ଗୋଲାପି ବଲ୍ ଓଜନିଆ ହକି ବଲ ଭଳି ଲାଗୁଛି ବୋଲି କୋହଲି ମତବ୍ୟକ୍ତ କରିଛନ୍ତି । ସବୁବେଳେ ଗୋଲାପି ଟେଷ୍ଟ ନଖୋଜି ସୌଖିନ ଭାବେ କେବେ କେବେ ଏଭଳି କ୍ରିକେଟ ଖେଳିବାକୁ ସେ ଅଧିକ ପସନ୍ଦ କରିଛନ୍ତି । ଗୋଲାପି ଟେଷ୍ଟରେ ନେତୃତ୍ୱ ନେବାରେ ବିରାଟ କୋହଲି ପ୍ରଥମ ଭାରତୀୟ ଅଧିନାୟକ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ