ବ୍ଲକ ପ୍ରେସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକ ପ୍ରେସ କ୍ଳବ ସହଯୋଗରେ ସ୍ବିର୍କୀ ଘାଇ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମୂଖ୍ୟ ଅତିଥି ଭାବେ ଜି. ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳୀ ପ୍ରଧାନ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ବୃକ୍ଷର ପ୍ରତ୍ୟେକଟି ଅଂଶ କିପରି ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ତାହା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ଧ୍ବସଂ ହେବା ଫଳରେ ପରିବେଶ ସନ୍ତୁଳନ କରିବା ନିମନ୍ତେ ୧୯୫୦ ମସିହାରୁ ଆରମ୍ଭ ହୋଇଥିଲା ବନ ମହୋତ୍ସବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ବନ ବିଭାଗ ଦ୍ବାରା କରାଯାଇ ଚାରା ରୋପଣ କରାଯାଉଛି, ହେଲେ ଚାରାକୁ ଜୀବିତ ରଖି ବଡ ବୃକ୍ଷରେ ପରିଣତ କରାଇବାର ଉତ୍ତରଦାୟୀତ୍ବ ହେଉଛି ଜନସାଧାରଣଙ୍କର ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମୀନାକ୍ଷୀ କୁମୁରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆନ୍ୟମାନଙ୍କ ମଧ୍ୟରେ ବନପାଳ, ପ୍ରବୀଣ ଦାସ, ରଶ୍ମିତା ବକ୍ସି, ଉସିଳା ନାୟକ ବନରକ୍ଷୀ ବିଭୂରଞ୍ଜନ ସାମନ୍ତରାୟ ସହ ଅନ୍ୟ ବନ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ପାଢୀ, ପ୍ରଶନ୍ନ କୁମାର ମିଶ୍ର, ଆଶୁତୋଷ ସାହୁ, ଗଗନ ପ୍ରଧାନ, ଅନୀଲ କୁମାର ଦଳବେହେରା, ସାମନ୍ତ ଶେଖର ନାୟକ, ଏନ.ରାଜା ରାଓ, କେ. ଲିଲିମା ରାଓ, ଚନ୍ଦ୍ରଶେଖର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମ୍ବାଦିକ ସମୀର ପାଢୀ ନିଜ ବକ୍ତବ୍ୟରେ ପରିବେଶ ସୁସ୍ଥ ରଖିବାକୁ ହେଲେ ଚାରା ରୋପଣର ଆବଶ୍ୟକତା କେତେ ଗୁରୁତ୍ବପୁର୍ଣ୍ଣ ତାହା ଉପରେ ମତ ପ୍ରକାଶ କରିଥିବା ବେଳେ ଶେଷରେ ବନପାଳ ପ୍ରବୀଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ