ଖାଇବା ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ବାଡେଇ ମାରିଦେଲା ସ୍ୱାମୀ

ମୋହନା, (ଅଂଶୁମାନ ପଣ୍ଡା) :ପାରିବାରିକ କଳହରୁ ସ୍ତ୍ରକୁ ପିଟି ମାରିଦେଲା ସ୍ୱାମୀ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବାଡେଗୁଡା   ପଂଚାୟତ ପାଦ୍ରୀମା ଗାଁରେ । ଗତକାଲି ସନ୍ଧ୍ୟାରେ ସ୍ୱାମୀ ପ୍ରମୋଦ ମଲ୍ଲିକ ଚାଷ କାମ ସାରି ଘରକୁ ଫେରିଥିଲା । ନିଶା ଶକ୍ତ ଅବସ୍ଥାରେ  ସ୍ତ୍ରୀକୁ ଖାଇବାକୁ ମାଗିଥିଲା । ଖାଇବା ଦେବାରେ ବିଳମ୍ବ ହେବାରୁ ସ୍ତ୍ରୀକୁ ମାଡ଼ ମାରି ଥିଲା । ଘଟଣା ସ୍ଥଳରେ ସ୍ତ୍ରୀର ପଦ୍ମିନୀ ମଲ୍ଲିକ୪୫ ର  ମୃତ୍ୟୁ ଘଟିଥିଲା ।  ଏନେଇ ମୃତକର ଭଉଣୀ ଲଷ୍ମୀ ମଲ୍ଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁରେ ପହଂଚି ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଥାନାରେ ପଚାର ଉଚରା କରୁଛି । ଘଟଣା ରୁ ପ୍ରକାଶ ଜେ ସ୍ୱାମୀ ବହୁ ବାର ସ୍ତ୍ରୀ କୁ ମାରପିଟ୍ କରି ଆସୁଥିଲେ ଯାହାକୁ ନେଇ ପ୍ରତେକ ଦିନ ସ୍ୱାମୀ ମଦ୍ୟ ପାନ କରି ସ୍ତ୍ରୀ ଶହ ଗଣ୍ଡ ଗୋଳ କରି ଆସୁଥିଲେ ଯାହାକୁ ନେଇ ଗ୍ରାମ ରେ ଏକ ବୈଠକ ହୋଇଥଲା ସେଠୀ ସ୍ୱାମୀ ପ୍ରମୋଦ ଆଉ ସ୍ତ୍ରୀ ପଦ୍ମିନୀ କୁ ଆଉ ମାର ପିଟ କରିବି ନାହିଁ ବୋଲି ଶିକାରଥିଲା କିନ୍ତୁ ଶୁକ୍ରବାର ଦିନ ଚାଷ କାମ ସାରୀ ଘରେ ମଧ୍ୟ୍ୟ ପାନ କରି ସ୍ୱାମୀ ସ୍ତ୍ରୀ କୁ ଖାଇବା ମାଗିଥିଲେ କିନ୍ତୁ ବିଳମ୍ବ ହେବାରୁ ମାଡ଼ ମାରିବା ସହ ଜୀବନ ରୁ ମାରିଦେଇ ନାଟକ କରିଥଲେ ବିଷ ପି ମରିଯାଇଥିବା ନେଇ ବୋଲି ଥାନା ରେ ଅଭିଜଗ ହୋଇଛି ସେପଟେ ପୋଲିସ୍ ଶବ ଜବତ୍ କରି ବେବଚେଦ ପାଇଁ ବ୍ରହ୍ମପୁରରୁ ପଠାଇଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ