କଣ୍ଟେନର ଦୁର୍ଘଟଣା ଗ୍ରସ୍ତ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ୧୬ନଂ ଜାତୀୟ ରାଜପଥରେ ଏକ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହେବାରୁ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏପି ୩୩ୟୁ ୫୬୬୭କଣ୍ଟେନରଟି ଦିନ ପ୍ରାୟ୧୨ଟା ବେଳେ ବାଲେଶ୍ଵର ପଟୁ କଟକ ଅଭିମୁଖେ ଆସୁଥିଲା। ଏହି ସମୟରେ ରାଜେନ୍ଦ୍ରପୁର ନିକଟ ଏକ ପୋଲର ପ୍ରାଚୀରକୁ ଗାଡିଟି ଶକ୍ତ ଧକ୍କା ଦେଇଥିଲା। ଏପରିକି ଚାଳକ ଗାଡିଟିକୁ ସିଧା ପ୍ରାଚୀରର ୧୦ଫୁଟ ଯାଏଁ ଚଢ଼େଇ ଦେଇଥିଲା। ଏଥିରେ ଗାଡି ଭିତରେ ଥିବା ହେଲପର ସମେତ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ