ସରପଞ୍ଚଙ୍କୁ ଗାଳି ଗୁଳଜ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ଜେନାଙ୍କୁ କିଛି ବ୍ୟକ୍ତି ଗାଳି ଗୁଳଜ କରିବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଗତ ୨୭ତାରିଖ ଦିନ ପଞ୍ଚାୟତ କାର‌୍ୟ୍ୟାଳୟ ଠାରେ ପୋଖରୀ ସହିତ ଅନ୍ୟାନ୍ୟ ସମ୍ପତ୍ତିର ନିଲାମ ପ୍ରକ୍ରିୟା ଚାଲିଥିବା ବେଳେ କିଛି ବ୍ୟକ୍ତି ସେଠାରେ ପହଞ୍ଚି ସରପଞ୍ଚ ଜେନାଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି କିଛି ଲୋକଙ୍କ ଇଙ୍ଗିତରେ ଦୁଇ ତିନି ଜଣ ବ୍ୟକ୍ତି ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଘଟଣାକୁ ନେଇ ଲିଖିତ ଭାବେ ପୁଲିସକୁ ଜଣାଇଛନ୍ତି। ଅପରପକ୍ଷ ମଧ୍ୟ ସରପଞ୍ଚଙ୍କ ନାମରେ ଅଭିଯୋଗ କରିଥିବା ଜଣାଯାଇଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ବେଳେ ଖବର ଲେଖାହେବା ଯାଏଁ ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ