ସଲମାନ୍‌ଙ୍କୁ ପଛରେ ପକାଇଲେ ପ୍ରିୟଙ୍କା

ଦେଶୀଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡର ସିମୀତ ନାହାନ୍ତି । ସେ ହଲିଉଡରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି । ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍ ହୋଇଗଲେଣି । ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି । ଏପରିକି ବଲିଉଡର ଦୁଇ ଖାନ୍ ସଲମାନ୍ ଓ ଶାହାରୁଖଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ନିକଟରେ ସେମ୍‌ରୁଷ ସଫ୍ଟୱେୟାର୍ ତରଫରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଚଳିତ ବର୍ଷ ସାରା ବିଶ୍ୱର ଦର୍ଶକଙ୍କ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥିବା ବଲିଉଡ୍ ଷ୍ଟାର୍ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ସର୍ଭେ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୧୮ରୁ ଅକ୍ଟୋବର ୨୦୧୯ ଭିତରେ ପ୍ରିୟଙ୍କାଙ୍କ ନାଁ ୨.୭୪ ନିୟୁତ ଥର ସର୍ଚ୍ଚ କରାଯାଇଛି । ପ୍ରିୟଙ୍କାଙ୍କ ପରେ ଏହି ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ଦୀପିକା ପାଦୁକୋନ ଓ ତୃତୀୟ ନମ୍ବରରେ ସନ୍ନି ଲିଓନ୍ ଅଛନ୍ତି । ଏହି ସର୍ଭେରେ କିନ୍ତୁ ଜଣାପଡ଼ିଛି ଯେ ସର୍ଚ୍ଚ ଲିଷ୍ଟରେ ସବୁବେଳେ ନମ୍ବର ୱାନରେ ରହୁଥିବା ଦବଙ୍ଗ ଖାନ୍‌ଙ୍କୁ ମାତ୍ ଦେଇଛନ୍ତି ପ୍ରିୟଙ୍କା । ଚଳିତ ବର୍ଷ ସଲମାନ୍ ଖାନ୍‌ଙ୍କୁ ୧.୮୩ ନିୟୁତ ଥର ଫ୍ୟାନମାନେ ସର୍ଚ୍ଚ କରିଛନ୍ତି । ଯାହାକି ପ୍ରିୟଙ୍କାଙ୍କ ତୁଳନାରେ ଅନେକ କମ୍ । ଯଦି ଏହି ଲିଷ୍ଟରେ କେବଳ ମେଲ୍ ଷ୍ଟାରଙ୍କ କଥା କହିବା ତେବେ ସଲମାନ୍‌ଙ୍କ ପରେ ଶାହାରୁଖ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ ସ୍ୱର୍ଗତ ଅମରେଶ ପୁରୀ ଅଛନ୍ତି । ନିକଟରେ ପ୍ରିୟଙ୍କା ଫିଲ୍ମ “ସ୍କାଇ ଇଜ୍ ପିଙ୍କ୍‌’ ଜରିଆରେ ବଲିଉଡରେ କମ୍ ବ୍ୟାକ୍ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ