ଅସୀମାଙ୍କୁ ପସନ୍ଦ ନୁହେଁ ଏମିତି ମଣିଷ
ଗାୟିକା ଅସୀମା ପଣ୍ଡାଙ୍କର ଅନେକ ପ୍ରଶଂସକ ଆଛନ୍ତି । ଫିଲ୍ମ ଏବଂ ଆଲବମରେ ଗୀତ ଗାଇ ଢେର୍ ପ୍ରଶଂସା ସାଉଁଟିଲେଣି ଅସୀମା । ସେ କେବଳ ଗୀତ ଗାଉ ନାହାନ୍ତି ଫିଲ୍ମରେ ଅଭିନୟ ମଧ୍ୟ କରୁଛନ୍ତି । ଅସୀମାଙ୍କର ଏକ ଭଲ ଗୁଣ ହେଉଛି ସେ ବହୁତ ସମୟାନୁବର୍ତ୍ତୀ । ଆଉ ତାଙ୍କୁ ଅପେକ୍ଷା କରିବାକୁ ଆଦୌ ଭଲ ଲାଗେନାହିଁ । ସେ ଏକ ଟିଭି ଶୋ’ରେ ଯାଗଦେଇ ସେ ଏକଥା କହିଥିଲେ । ଅସୀମାଙ୍କ କହିବା କଥା ହେଲା, ତାଙ୍କ ପାଖରେ ଧୈର୍ଯ୍ୟର ଅଭାବ ରହିଛି । ସେ ଅପେକ୍ଷା କରିପାରନ୍ତି ନାହିଁ ଏବଂ ତାଙ୍କୁ ଅପେକ୍ଷା କରାଉଥିବା ଲୋକମାନଙ୍କୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ସେ “ମାୟାରେ ବାୟା’, “ରାନୁ ଲୋ ରାନୁ’, “ଲବଙ୍ଗ ଲତା’, “ମୋ ହଳଦି ଗିନା’, ଆଦି ହିଟ୍ ଗୀତ ଗାଇଛନ୍ତି ।


