ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଜବତ

ପୋଲସରା, (ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବନାଞ୍ଚଳ ଅନ୍ତର୍ଗତ ଛଞ୍ଚାଣିଆପଲ୍ଲୀ ଗ୍ରାମରେ ବନ ବିଭାଗ ପକ୍ଷରୁ ଅଗଷ୍ଟ ୦୪ ତାରିଖ ଦିନ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ ହୋଇଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ବରେ ପୋଲସରା ସେକ୍ସନ ଛଞ୍ଚାଣିଆପଲ୍ଲୀ ଗ୍ରାମରେ ଚଢ଼ାଉ କରି ପ୍ରାୟ ୯୬ ଘନଫୁଟ ମୂଲ୍ୟବାନ କାଠ ପଟା ଓ ସାଇଜ ଜବତ କରିଥିଲେ। କୋୖଣସି ସୂତ୍ରରୁ ଖବର ପାଇ ଡି.ଫ.ଓ. ଶ୍ରୀ ରାଉତ ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ରାଉତଙ୍କୁ ଛଞ୍ଚାଣିଆପଲ୍ଲୀ ଗ୍ରାମରେ ସୁରତ ଖଣ୍ଡୁଆଳ ସାଇଜ କାଠ ଚୋରାରେ ବିକ୍ରି କରୁଥିବା ସୂଚନା ଦେବାସହ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ କ୍ରମେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ନାୟକ,ଓ ହର ପ୍ରସାଦ ସାହୁ, ବନରକ୍ଷୀ ସୋନାଲି ପଣ୍ଡା, ଗୀତାଞ୍ଜଳୀ ସାହୁ ଓ ରାଜକିଶୋର ବେହେରା, ପାରା ଫରେଷ୍ଟର ଓ ଡିଭିଜନ ମୋବାଇଲ ଫୋର୍ସ ଛଞ୍ଚାଣିଆପଲ୍ଲୀ ଗ୍ରାମର ସୁରତ ଖଣ୍ତୁଆଳଙ୍କ ଏକ ପରିତ୍ଯକ୍ତ ଘରେ ଚାଢ଼ାଉ କରି ଶାଗୁଆନ, ଶାଳ, ଫାଶୀ ଓ ଆମ୍ବ ପଟା ଓ ସାଇଜ କାଠ ଜବତ କରିଥିଲେ। ମାତ୍ର ଅଭିଯୁକ୍ତ ସୁରତ ଖଣ୍ଡୁଆଳ ଖସି ପଳାଇବାରେ ସଫଳ ହୋଇଥିଲେ। ଜବତ କାଠର ପରିମାଣ ୯୬ ଘନଫୁଟ ହୋଇଥିବା ବେଳେ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ