ତାଇୱାନ ପିଜୁଳି ଚାଷ କରି ଚର୍ଚ୍ଚାରେ ଦୁଇ ଭାଇ ବ୍ରଜ ଓ ଶରତ

ନିମାପଡ଼ା, (ସନ୍ତୋଷ ଦାଶ):ଜାଣିଲେ ଖୁସି ଓ ଆଶ୍ଚର୍ଯ୍ୟ ହେବେ ଯେ, ପୁରୀ ଜିଲ୍ଲା ର ନିମାପଡ଼ା ଅଞ୍ଚଳ ରେ ଫଳୁଛି ତାଇୱାନ ପିଜୁଳି। ଏହା କରି ଦେଖାଇଛନ୍ତି ନିମାପଡା ବେରବୋଇ ଗ୍ରାମ ର ଦୁଇ ଭାଇ ବ୍ରଜଦାସ ଓ ଶରତ ଦାସ। କେବଳ ତାଇୱାନ ନୁହେଁ ବିଭିନ୍ନ ଦେଶର ପିଜୁଳି ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗୋଟିଏ ପରିବାର ର ଏହି ଦୁଇ ଭାଇ ।ପିଜୁଳି ଚାଷ କରି ଅନ୍ୟକୁ ରୋଜଗାର ଦେବାସହ ନିଜେ ରୋଜଗାର କରୁଛନ୍ତି ଲକ୍ଷାଧିକଟଙ୍କା। ପୁରୀ ଜିଲ୍ଲା ନିମାପଡା ବ୍ଳକ ବେରବୋଇ ଗ୍ରାମର ଦୁଇ ଭାଇ ବ୍ରଜ ଦାସ ଓ ଶରତ ଦାସ ବର୍ଷର ବିଭିନ୍ନ ସମୟରେ ନିଜ ଜମି ରେ ବିଭିନ୍ନ ପ୍ରକାର ପନିପରିବା ଓ ଫଳ ଚାଷ କରିଥାନ୍ତି । କିନ୍ତୁ ଏବେ ପିଜୁଳି ଚାଷ କରି ଚର୍ଚ୍ଚାରେ ଦୁଇ ଭାଇ । ନିଜର ଖାଲି ପଡିଥିବା ଏକ ଏକର ଜମିରେ କରିଛନ୍ତି ପିଜୁଳି ଚାଷ । ପ୍ରଥମେ ଅନୁଗୁଳ ଅଂଚଳରୁ ୨୦୨୧ ମସିହାରେ ଦୁଇ ପ୍ରକାର ଯଥା ଥାଇ-୭ ଓ ତାଇୱାନ ପିଙ୍କ ପିଜୁଳି ଚାରା ଆଣି ନିଜ ଜମି ରେ ଲଗାଇଲେ । ପରେ ତାର ରକ୍ଷଣାବେକ୍ଷଣ କରିବା ସହିତ ଦୁଇ ରୁ ତିନିଜଣ ଲୋକ ନିୟୋଜିତ କଲେ । ଏହି ପିଜୁଳି ଗଛ ଗୁଡ଼ିକରେ କୌଣସି ରାସାୟନିକ ସାର ବ୍ୟବହାର ନ କରି ଜୈବିକ ସାର ଯଥା ସୋରିଷ ପିଡ଼ିଆ, ନିମ ପିଡ଼ିଆ ଓ ଗୋବର ଖତ ବ୍ୟବହାର କରୁଛନ୍ତି ବୋଲି କୁହନ୍ତି ପରିବେଶ ବିଦ୍ ବାମନ ଚରଣ ଚଇନି । ଏବେ ଦିନକୁ ଏକ କ୍ୱିଣ୍ଟାଲ ରୁ ଉର୍ଦ୍ଧ ପିଜୁଳି ତୋଳା ଯାଇ ବିକ୍ରି କରାଯାଉଛି । ପିଜୁଳି ଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରିବାସହ ଭୁବନେଶ୍ୱର ,କଟକ ଆଦି ଅଞ୍ଚଳକୁ ପଠାଉଛନ୍ତି । ତାଙ୍କର ଏହି ପିଜୁଳି ର ବହୁତ ଚାହିଦା ରହିଥିବା ବେଳେ ପିଜୁଳି ବଗିଚାରେ କାମ କରୁଥିବା ଲୋକଙ୍କ ପରିବାର କୁ ରୋଜଗାର ଯୋଗାଇବା ସହ ଏହି ଅଞ୍ଚଳରେ ସଫଳ ପିଜୁଳି ଚାଷୀ ଭାବେ ବେଶ ପରିଚିତ ହୋଇ ପାରିଛନ୍ତି ।ଏହି ଚାଷରେ ଅଧିକ ଲାଭ ମିଳୁଥିବାରୁ ଆଗକୁ ଅଧିକ ଜମିରେ ପିଜୁଳି ଚାଷ କରିବା ପାଇଁ ଲକ୍ଷ ରଖିବା ସହ ଅନ୍ୟମାନଙ୍କୁ ଏହି ଚାଷ ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦୁଇ ଭାଇ। ନିମାପଡ଼ା ଅଞ୍ଚଳ ରେ ତାଇୱାନ ପିଜୁଳି ଫଳାଇ ଏବେ ଦୁଇ ଭାଇ ବ୍ରଜ ଓ ଶରତ ନିଜକୁ ସଫଳ ଓ କୃତୀ ଚାଷୀ ଭାବେ ପରିଚିତି କରାଇ ପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ