ଜଳ ସେଚନ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍ଜାପିତ ନାଟକ “ଅଧୁରା ସ୍ୱପ୍ନ”ରେ ବିଭୋର ଦେଲେ ଦର୍ଶକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିନ୍ଦ୍ର ମଣ୍ଡପରେ ୨ଦିନ ଧରି ଚାଲୁଥିବା ଜଳସେଚନ ସାଂସ୍କୃତିକ ପରିଷଦର ଏକାଦଶତମ ବାର୍ଷିକ ଉତ୍ସବ ବୁଧବାର ଉଦ୍ଜାପିତ ହୋଇଯାଇଛି । ଉଦ୍ଜାପନୀ ଉତ୍ସବରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଭକ୍ତ ରଂଜନ ମହାନ୍ତି ଏବଂ ମୁଖ୍ୟ ଯନ୍ତ୍ରୀ ମୁକୁଲ ଚନ୍ଦ୍ର ବେରା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ । ପରିଷଦର କଳାକାରମାନଙ୍କଦ୍ୱାରା ଆୟୋଜିତ ହୋଇଥିବା ନାଟକ ଅଧୁରା ସ୍ୱପ୍ନ ମଞ୍ଚସ୍ତପାଇଁ ଧନ୍ୟବାଦ ଦେଇଥିଲେ । ସଭାପତି ଦିଲ୍ଲୀପ କୁମାର ସିଂହ ଏବଂ ସମ୍ପାଦକ ଅମିତାଭ ମହାନ୍ତି ସଭା ପରିଚାଳନାରେ ସହଯୋଗ କରିଥିଲେ । ସଂଘର ସ୍ମରଣିକା ଜଲସା ଉନ୍ମୋଚିତ ହୋଇଯାଇଥିବାବେଳେ କୋଭିଡ଼୍-୧୯ ପାଇଁ ଗତ ୩ବର୍ଷ ଧରି ବନ୍ଦଥିବା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ୩ଜଣ ବ୍ୟକ୍ତିଙ୍କୁ ସୁନାକର ମେମୋରିଆଲ ସମ୍ମାନ ପ୍ରଦାନ କରାଯାଇଥିଲା । ନାଟକ ଅଧୁରା ସ୍ୱପ୍ନର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସୌମ୍ୟରଂଜନ ମହାନ୍ତି ଏବଂ ସମ୍ପାଦନା ଦାୟିତ୍ୱରେ ଦିପ୍ତୀ ରଂଜନ ଦାସ । ଟୁଙ୍ଗୁରୁ ମଦନ ମୋହନ ଦାଶ, ଇନିସ୍ପେକ୍ଟର ରବିନ୍ଦ୍ର କୁମାର ରାଉତ, ଜହର ତଥା ଖଳନାୟକ ସନ୍ତୋଷ କୁମାର ପ୍ରଧାନ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଅଭିନୟରୁ ଦର୍ଶକ ଖୁବ୍ ମଜ୍ଜା ଉଠାଇଥିଲେ ।


