୧୦ରେ ସୁର ଭାଇଙ୍କ ଜୟନ୍ତୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବରିଷ୍ଠ ବିଧାୟକ କଂଗେସ ନେତା ଜନମାନସରେ ପ୍ରତିଷ୍ଠିତ ସମସ୍ତଙ୍କ ସୁର ଭାଇ ତଥା ସୁରେଶ କୁମାର ରାଉତରାୟଙ୍କ ୭୯ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ବିଏମ୍ସି ହସ୍ପିଟାଲ, ଜଟଣୀ ହସ୍ପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯିବ । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ହେବା ସହ ରାତିରେ ମେଲୋଡି ଅନୁଷ୍ଠିତ ହେବ ବୋଲି ନିଷ୍ପତି ହୋଇଛି । ଜୟନ୍ତୀ କମିଟିର ସଭାପତି ଦିଲ୍ଲୀପ ମିଶ୍ର, ଆବାହାକ ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, କପିଳ ପଣ୍ଡା, ଗଦାଧର ଦାସ, ଡ. ଲିଙ୍ଗରାଜ ସାହୁ ଓ ଶତାଧିକ ଯୁବକ ସାମିଲ ହୋଇଥିଲେ ।


