ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ପ୍ରୋଭିଜନାଲ୍ ପେନସନ୍ ପ୍ରଦାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ରବିବାର ବେଲଗୁଣ୍ଠା ବାଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ସବିତା ପ୍ରଭା ପାଠୀଙ୍କୁ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପ୍ରୋଭିଜନାଲ ପେନସନ୍ ପ୍ରଦାନ କରାଯାଇଛି I ଅବସର ଗ୍ରହଣ ଦିନ ହିଁ ଏହା ପ୍ରଦାନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ପ୍ରଦାନ କରାଯାଇପାରିନଥିଲା I ଆଜି ପ୍ରୋଭିଜନାଲ୍ ପେନସନ୍ ପ୍ରଦାନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ସବିତା ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, କର୍ମକର୍ତ୍ତା ବାଳକୃଷ୍ଣ ସାବତ, ସନ୍ତୋଷ ପଟ୍ଟନାୟକ,କାର୍ତ୍ତିକେୟ ସେଠୀ,ନିକୁଞ୍ଜ ନାୟକ, ଅଶୋକ ଜେନାଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦୁଇ କିରାଣୀ ସରୋଜ ରଥ ଏବଂ କମଳ ଲୋଚନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ