ଦୋକାନ ଗୃହ ଟିକସ ବୃଦ୍ଧି ନେଇ ରାଇରଙ୍ଗପୁର ପୌରପରିଷଦ ଦୋକାନ ସଂଘ ତରଫରୁ ବିଶାଳ ପ୍ରତିବାଦ ସଭା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):୨୫ ବର୍ଷପରେ ରାଇରଙ୍ଗପୁର ସହରବାସୀ ଶାସକ ଦଳ ପକ୍ଷରେ ମତଦାନ କରି ନୂତନ ପୌରପରିଷଦ ଗଠନ କରିବା ପାଇଁ ସୁଯୋଗ ଦେଇଥିଲେ । ଲୋକେ ଭାବିଥିଲେ ବହୁ କିଛି ଉନ୍ନତିମୂଳକ କାମ ହେବ ।ଲୋକେ ନ୍ୟାୟ ପାଇବେ ।ବେକାର ଯୁବକମାନଙ୍କୁ ନୂତନ ଦୋକାନ ଗୃହ ନିର୍ମାଣ କରି ଥଇଥାନ କରାଯିବ ।ହେଲେ ୪ଟା ମାସ ନ ଯାଉଣୁ ନୂତନ ପୌରପରିଷଦ ଦୋକାନଗୃହକୁ ଦୁଇଗୁଣ ବର୍ଦ୍ଧିତ କରିବା ପାଇଁ ନୋଟିସ ଦେଇ ଦୋକାନୀମାନଙ୍କ ସମସ୍ୟାକୁ ଦୁଇଗୁଣ କରିଦେଇଛି । ପୌରପରିଷଦ ତରଫରୁ ଦୋକାନ ଗୃହ ମରାମତି,ପାନୀୟ ଜଳ,ବିଦ୍ୟୁତ ମରାମତି କରାଯାଉନାହିଁ ।ଦୋକାନ ଗୃହ ଗୁଡିକ ଅସୁରକ୍ଷିତ ଅଛି ।ବର୍ଷାଦିନେ ଦୋକାନସାରା ପାଣି ଭର୍ତ୍ତି ହେଉଛି । ପୌରପରିଷଦ ତରଫରୁ ଘରଭଡ଼ା ନେଇ ଦୋକାନୀମାନଙ୍କ ସମସ୍ୟାକୁ ଗୁରୁତ୍ବ ଦିଆଯାଉ ନାହିଁ ।ଯାହାଫଳରେ ଦୋକାନୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗତ ଦୁଇବର୍ଷ ହେଲା କରୋନା ପାଇଁ ବ୍ୟବସାୟ ଠପ୍ ହୋଇଯାଇଥିଲା ।ଲୋକଙ୍କ ପାଖରେ ଅର୍ଥ ନାହିଁ । ଦୋକାନୀମାନେ ବ୍ୟାଙ୍କ ଋଣ ପରିଶୋଧ କରିପାରୁ ନାହାନ୍ତି ।ଏଭଳି ଘଡିଷନ୍ଧି ମୂହୂର୍ତ୍ତରେ ନୂତନ ପୌରପରିଷଦ ଅହେତୁକ ଦୋକାନୀ ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ନଦି ଦେଇଛନ୍ତି । ସରକାର କହିଥିଲେ କରୋନା ପାଇଁ ଦୋକାନ ଘରଭଡ଼ା ଛାଡପାଇଁ କହିଥିଲେ ।ହେଲେ ରାଇରଙ୍ଗପୁର ପୌରପରିଷଦ ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରୁନାହିଁ । ପୌରପରିଷଦର ଦୋକାନୀମାରଣ ନୀତିକୁ ନେଇ ନୁତନ କରି ଗଠନ ହୋଇଥିବା ରାଇରଙ୍ଗପୁର ପୌରପରିଷଦ ଦୋକାନି ସଂଘ ଏକଜୁଟ ହୋଇ ଶୁକ୍ରବାର ଦିନ ରାଇରଙ୍ଗପୁର ଜଗନ୍ନାଥ ମାର୍କେଟ ପାଖରୁ ଏକ ବିଶାଳ ଶୋଭାଯାତ୍ରାରେ ଦୋକାନୀ ଗୃହ ବର୍ଦ୍ଧିତ ଟିକସ ପ୍ରତ୍ୟାହାର ନେଇ ରାଇରଙ୍ଗପୁର ପୌରପରିଷଦ ସମ୍ମୁଖରେ ପ୍ରତିବାଦ କରିବା ସହ ପୌର ଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ ।ପରେ ସେହି ସଂଘ ତରଫରୁ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ସେଠାରେ ଵାମନଘାଟୀଙ୍କ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଶକୁନ୍ତଳା ହାଁସଦାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ତୁରନ୍ତ ଉପଜିଲ୍ଲାପାଳ ଏହାକୁ ବିଚାରକୁ ନେବାପାଇଁ ଅନୁରୋଧ କରିଥିଲେ । ପ୍ରତିବାଦ ରାଲିରେ ଶତାଧିକ ଦୋକାନୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ