ମଦ ଜବଦ, ଦୁଇ ଗିରଫ
ହାଟଡିହି, (ବିକାଶ ବିଶ୍ୱାଳ ) : ନନ୍ଦିପଦା ଥାନା ମରୈଗାଁ ବସନ୍ତିଆ ରାସ୍ତା ନିକଟରୁ ଆନନ୍ଦପୁର ଅବକାରୀ ବିଭାଗ ଦୁଇଜଣ ମନଦ ବେପାରୀକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୨୦ଲିଟର ଦେଶୀ ମଦ ଜବଦ କରିଛି । ସୁଚନାରୁ ଜଣାଯାଇଛି ଆନନ୍ଦପୁର ଅବକାରୀ ନିରୀକ୍ଷକ ପ୍ରଫୁଲ କୁମାର ମହାନ୍ତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ସକାଳେ ଆନନ୍ଦପୁର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, କନେଷ୍ଟବଳ ସୁଶାନ୍ତ କୁମାର ରାଉତ, ମନୋଗିରି ମାଝୀ, ଲକ୍ଷ୍ମଣ ମହାନ୍ତ, ନିବେଦିତା ମାଝୀ ପ୍ରମୁଖ ମରୈଗାଁ ବସନ୍ତିଆ ରାସ୍ତାରେ ଚଢ଼ାଉକରି ବିକାଶ ଜେନା ଓ ରତିକାନ୍ତ ଜେନାଙ୍କ ଠାରୁ ପ୍ରତ୍ୟେକଙ୍କ ଠାରୁ ୧୦ଲିଟର ଲେଖାଏଁ ମୋଟ ୨୦ଲିଟର ଦେଶୀ ମଦ ଜବଦ କରିବା ସହିତ ସେମାନଙ୍କୁ ଗିରଫ କରିଥିଲେ । ପରେ ସେମାନଙ୍କୁ ହାଟଡିହି ଜେ.ଏମ.ଏଫ.ସି କୋର୍ଟରେ ହାଜର କରାଯାଇଥିବାବେଳେ ଜାମିନି ନାମଞ୍ଜୁର ହେବାରୁ ସେମାନଙ୍କୁ ଆନନ୍ଦପୁର ଜେଲକୁ ପଠାଇ ଦିଆଯାଇଛି ।