ବନ୍ଧୁତା ଦିବସରେ ଗଙ୍ଗୁଆ ବନ୍ଧରେ ୩ଶହ ଚାରା ରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆମ ପାଇଁ ପରିବେଶକୁ ସୁସ୍ଥ ରଖୁଥିବାରୁ ବୃକ୍ଷ ହିଁ ପ୍ରକୃତ ବନ୍ଧୁ । ବନ୍ଧୁତା ଦିବସକୁ ସ୍ମରଣୀୟ କରିବା ପାଇଁ ରାଜଧାନୀ ଉପକଣ୍ଠ ପଳାଶପୁର ନିକଟ ଗଙ୍ଗୁଆ ବନ୍ଧରେ ୩୦୦ ବୃକ୍ଷ ଚାରା ରୋପଣ କରାଯାଇଛି । ଆଂଚଳିକ ବିକାଶ ପରିଷଦ ଓ ସମ୍ବାଦ ସାହତ୍ୟ ଘର ମିଳିତ ଅନୁକୁଲ୍ୟରେ ବହୁ ଯୁବକ ସାମିଲ ହୋଇ ଚାରା ରୋପଣ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ଲିଙ୍ଗରାଜ ସାହୁ । ଚାରା ଗୁଡ଼ିକ ବଂଚି ରହିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଏହାକୁ ପରିଚାଳଣା କରିଥିଲେ ଆଂଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତ, ବରିଷ୍ଠ ସଭ୍ୟ ଜ୍ଞାନ ରଞ୍ଜନ ଦାଶ, ପ୍ରଶାନ୍ତ ମିଶ୍ର, ଜିତେନ୍ଦ୍ର ଜେନା, ବୈଶାଳିନୀ ପଟ୍ଟନାୟକ, ଭୁବନା ନନ୍ଦ ବେହେରା, ସୁମନ୍ତ ସୁବୁଦ୍ଧି, ଲକ୍ଷ୍ମୀଧର ପ୍ରଧାନ, ଲିଙ୍ଗରାଜ ଜେନା, ବସନ୍ତ ମହାରଣା, ତପନ ସାମନ୍ତରାୟ, ଶରତ ବିଶ୍ୱାଳ, ରିତେନ୍ଦ୍ର ରାଉଳ, ପୂଣ୍ଣଚନ୍ଦ୍ର ସ୍ୱାଇଁ, ଦେବରାଜ ବେହେରା, ଇନ୍ଦ୍ରମଣି ମହାରଣା, ଜମ୍ବେଶ୍ୱର ପ୍ରଧାନ, ରଘୁନାଥ ସ୍ୱାଇଁ, ସତ୍ୟସୁନ୍ଦର ଦାଶ, ନାରାୟଣ ଦାଶ, ଅମିନ ଭୋଇ, ଶୁକାନ୍ତ ଭୋଇ ଓ ଅନ୍ୟ ସଦସ୍ୟବୃନ୍ଦ ।


