ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ଆଲୋଚନା ଚକ୍ର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଚକରା ବିଷୋୟୀ କଲଚୁରାଲ୍ ଏକାଡ଼େମୀ ବାହାଡ଼ାପଦରର ସମ୍ପାଦକ ତଥା ଘୁମୁସର ସମ୍ବାଦର ପ୍ରତିଷ୍ଠାତା ନେତାଜୀ ବିଷୋୟୀ ଚକରା ବିଷୋୟୀଙ୍କ ଅନାଲୋଚିତ ପ୍ରସଙ୍ଗକୁ ଆଲୋଚନାକୁ ଆଣିଥିଲେ I ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଡ.ଫ୍ରଫୁଲ୍ଲ କୁମାର ଜେନା, ସପନ କୁମାର ପ୍ରଧାନ, ରଜତ ଆରୁଖ, ରଞ୍ଜିତ୍ ସାମଲ,ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ଘୁମୁସର ମାଟିର ଗର୍ବ ଗୌରବ, ବରପୁତ୍ର, ବୀରପୁତ୍ର ଚକରା ବିଷୋୟୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ଇତିହାସ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରଣତୀ ଆଚାର୍ଯ୍ୟ ସନ୍ଦର୍ଭ ପାଠ କରିଥିଲେ I କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ