ସାହିତ୍ୟ ସଂସଦରେ ସଭ୍ୟ କରିବାକୁ କହି ବୃଦ୍ଧଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସାହିତ୍ୟ ସଂସଦରେ ସଭ୍ୟ କରିଦେବାକୁ କହି ଜନୈକ ୮୨ବର୍ଷର ବୃଦ୍ଧଙ୍କ ଠାରୁ ୪ବର୍ଷ ତଳେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ୫ଶହ ଟଙ୍କା ନେଇଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସୋବଳା ଗ୍ରାମର ପାରେଶ୍ୱର ସାମଲ କେନ୍ଦ୍ରାପଡା ଏସଡିପିଓ ପଣ୍ଡାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଗତ ୨୦୧୮ମସିହାରେ ଡିସେମ୍ବରମାସରେ ସେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ତଥା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ତଥା ଅଧୁନା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ରହୁଥିବା ଶୁଭାଂଶୁ କୁମାର ଦାସଙ୍କୁ ସେହି ସଂସଦର ସଭ୍ୟ ହେବା ପାଇଁ ପଟ୍ଟାମୁଣ୍ଡାଇର ଡଃ. ନାରାୟଣ ପ୍ରସାଦ ଜେନାଙ୍କ ମାଧ୍ୟମରେ ୫ଶହ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ସାମଲ କହିବା କଥା ହେଲା ଅଦ୍ୟାବଧି ତାଙ୍କୁ ଏବାବଦରେ ସଂସଦର ସମ୍ପାଦକ ଦାସଙ୍କ ଠାରୁ କୈାଣସି ରସିଦ ମିଳିନଥିବା ବେଳେ କୈାଣସି ସଭା ସମିତିକୁ ମଧ୍ୟ ତାଙ୍କୁ ଡକାଯାଇନାହିଁ । ସାମଲ ଅଭିଯୋଗ କରିଛନ୍ତି ଯେ ସାହିତ୍ୟ ସଂସଦ ପାଇଁ ଦେଇଥିବା ଅର୍ଥକୁ ସମ୍ପାଦକ ଆତ୍ମସାତ କରିଛନ୍ତି । ଏହି ଅର୍ଥ ପାଇବାକୁ ସାମଲ ଡଃ. ଜେନା ଓ ସଂସଦର ସଭାପତି ଡଃ. ବାସୁଦେବ ଦାସଙ୍କ ପାଖକୁ ବାରମ୍ବାର ଦୈାଡି ଦୈାଡି ନୟାନ୍ତ ହେଲେଣି । ସାମଲ ଏବେ ଶ୍ରବଣଶକ୍ତି ହୀନ ଓ ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ଏଭଳି ଜଣେ ଧପାବାଜକୁ ଧରିବାକୁ ଅକ୍ଷମ ହୋଇପଡିଛନ୍ତି । ତେଣୁ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ସେ କେନ୍ଦ୍ରାପଡା ଏସଡିପିଓ ପଣ୍ଡାଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ଏସଡିପିଓ ପଣ୍ଡା ସାମଲଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ସରର ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ