ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ଗଙ୍ଗାଧର ଜୟନ୍ତୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ପରିସରରେ ଶାଳବଣ ସାହିତ୍ୟ ସଂସଦ ଓ ବନବାସୀ ସେବା ସମିତିର ମିଳିତ ଆନୁକୁଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଭାପତି ଡ଼ଃ ମଧୁସୂଦନ ମହାପାତ୍ର। ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ କୁରେଇ ର ମୁଖ୍ୟ ସମ୍ପାଦକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବିନ୍ଦ୍ରକୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟାପିକା ରୋଜାଲିନ୍ ମହାରଣା, ସମ୍ପାଦକ ରବୀନ୍ଦ୍ରନାଥ ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଇତ୍ୟବସରରେ ରୋଜାଲିନ ମହାରଣାଙ୍କ କବିତା ସଙ୍କଳନ ଶବ୍ଦ ଓ ସୃଷ୍ଟି କ୍ଷୁଦ୍ରଗଳ୍ପ ସଂକଳନ ଶେଷ ଫଗୁଣର ହସ ଉନ୍ମୋଚିତ ହୋଇଥିଲା। ବନବାସୀ ସେବା ସମିତିର ବାଳିକାମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା। ପବିତ୍ର କହଁର, ସସ୍ମିତା ପଣ୍ଡା,ଦୀପ୍ତିମୟୀ ରଥ, ପ୍ରହ୍ଲାଦପ୍ରସାଦ ଲେଙ୍କା କୈଳାସ ଚନ୍ଦ୍ର ବେହେରା, ଅଭିମନ୍ୟୁ ରାୟଗୁରୁ, ଗଙ୍ଗାଧରଙ୍କ ପ୍ରସିଦ୍ଧ କବିତା ଆବୃତ୍ତି କରିବା ସହ ସ୍ଵବକ୍ତବ୍ୟରେ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ