ଭୁବନେଶ୍ୱରରେ ବଡ ଧରଣର ଲୁଟ୍

ରାଜଧାନୀ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ସୁନା ଦୋକାନରୁ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ବାହାରିବା ସମୟରେ ଦୋକାନୀଙ୍କ ଗହଣା ବ୍ୟାଗ୍ ଲୁଟି ଫେରାର ହୋଇଗଲେ ଦୁର୍ବୃତ୍ତ । ଇନ୍ଦ୍ରଧନୁ ମାର୍କେଟରେ ଥିବା ଗୌରୀ ଜୁଏଲରୀ ଦୋକାନ ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ଦୋକାନ ବନ୍ଦ କରି ସାଙ୍ଗରେ ଗହଣା ବ୍ୟାଗ୍ ଧରି ବାହାରିବା ସମୟରେ ଏହି ଲୁଟର ଶିକାର ହୋଇଛନ୍ତି ।ସୂଚନାଯୋଗ୍ୟ, ଦୋକାନ ବାରଣ୍ଡାରେ ବ୍ୟାଗ୍ ରଖି ସଟର ପକାଉଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲେ ଲୁଟେରା । ଗୁରୁବାର ରାତି ପ୍ରାୟ ସାଢେ ୧୦ ଟା ସମୟରେ ଏହି ଲୁଟ୍ ଘଟଣା ଘଟିଛି । ଲୁଟ୍ ହୋଇଥିବା ଗହଣାର ଦାମ୍ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୁରା ଲୁଟ୍ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନୟାପଲ୍ଲୀ ଥାନାରେ ଏନେଇ ଏତଲା ପରେ ଛାନଭିନ୍ ଆରମ୍ଭ କରିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ