ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ପ୍ରଦାନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଆଜାଦିକି ଅମୃତ ମହୋତ୍ସବ ଅବସରରେ ସରକାରଙ୍କ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ପତାକା ପହଞ୍ଚାଇବା ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତକୁ ତ୍ରିରଙ୍ଗା ପତାକା ଯୋଗାଯାଇଛି। ସରକାରଙ୍କ ଠାରୁ ମିଳିଥିବା ତ୍ରିରଙ୍ଗା ପତାକାକୁ ବିଡ଼ିଓ ଦେବଦତ୍ତ ଦାସଙ୍କ ନିର୍ଦେଶ କ୍ରମେ ଜିପିଓ ମୀନକେତନ ବାରିକ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପ୍ରଦାନ କରିଛନ୍ତି। ମିଳିଥିବା ୬ହଜାର ୬ଶହ ପତାକାକୁ ସରପଞ୍ଚ ଓ ମିଶନଶକ୍ତି କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି।


