ଗୌହ୍ୱାଟିରେ ଇମ୍ପେରିୟାଲ୍ ବ୍ଲୁ ସୁପର ହିଟ୍ ନାଇଟ୍
ଇମ୍ପେରିୟାଲ୍ ବ୍ଲୁ ପକ୍ଷରୁ ଆୟୋଜିତ ୬ଷ୍ଠ ସିଜିନ୍ର ଆକର୍ଷଣୀୟ ସଙ୍ଗୀତ ସଂନ୍ଧ୍ୟା ମିଳିତ ଭାବେ ହିରୋ ସହିତ ଗୌହ୍ୱାଟିରେ ୨୦୧୯ ନଭେମ୍ବର ୨୪ରେ ଅନୁଷ୍ଠିତ ହେବ । ଏହି ସିଜିନ୍ର ରକ୍ ଆଣ୍ଡ୍ ଲୋଲ୍ କାର୍ଯ୍ୟକ୍ରମ ଗୌହ୍ୱାଟିରେ କରାଯିବା ପରେ ୧୧ଟି ସହର ପରିକ୍ରମା କରି ସୁପରହିଟ୍ ନାଇଟ୍ ପ୍ରଦର୍ଶନ ହେବ । ୬ଷ୍ଠ ସିଜିନ୍ରେ ବିଶାଳ ଶେଖର, ସୁନୀଲ୍ ଗ୍ରୋଭର, ଜାସି ଗିଲ୍, ଜୁବେନ୍ ଗର୍ଗ, ବି. ପ୍ରାକ୍ ଏବଂ କେ.କେ. ମୋହନ ପ୍ରମୁଖ କଳାକାର ଲାଇଭ୍ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ଏହାପରେ ନଭେମ୍ବର ୩୦ରେ ଜୋରହାଟ୍, ଡିସେମ୍ବର ୧ରେ ଆସାନସୋଲ୍, ଡିସେମ୍ବର ୮ ରେ ଦିବ୍ରୁଗଡ଼, ୧୪ ଡିସେମ୍ବରରେ ଜୟପୁର, ୧୧ ଜାନୁୟାରୀରେ ବାଙ୍ଗାଲୁରୁ, ୧୨ ଜାନୁୟାରୀରେ କୋଲକାତା, ୧୯ ଜାନୁୟାରୀରେ ଆମ୍ବଲା, ୧ ଫେବୃୟାରୀରେ ମାଙ୍ଗାଲୋର୍, ୮ ଫେବୃୟାରୀରେ ହାଇଦ୍ରାବାଦ୍, ୧୫ ଫେବୃୟାରୀରେ ଭାଇଜାଗ୍ ଆଦିଠାରେ ସମ୍ପନ୍ନ ହେବ ।


