ଆଜଦୀର ମହତ୍ୱକୁ ରଙ୍ଗ, ତୂଳୀରେ ବଖାଣିଲେ ଆଠବର୍ଷର କୁନି ଚିତ୍ରଶିଳ୍ପୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦେଶ ପାଳୁଛି ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ । ଏଥିପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଜାରି ରହିଛି । ଏପରି ଐତିହାସିକ ଅବସରରେ ଦେଶର ପ୍ରତ୍ୟେକ ନାଗରିକ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏହି କ୍ରମରେ ସ୍ମାର୍ଟ ନଗରୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୮ ବର୍ଷ ବୟସର କୁନି ଚିତ୍ର ଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଦେଶ ଆଜାଦୀର ମହତ୍ୱକୁ ହୃଦୟତାର ସହ ବୁଝିପାରି ନିଜେ ରଙ୍ଗ, ତୂଳୀରେ ବଖାଣି ଆଙ୍କିଛନ୍ତି ଏକ ପଲ୍ଲୀର ଘରେ ଘରେ ତ୍ରିରଙ୍ଗା ଦୃଶ୍ୟର ଚିତ୍ର । ସେ ଚିତ୍ରରେ ପଲ୍ଲୀର ପ୍ରତିଟି ଘର ଉପରେ ଫର୍ ଫର୍ ହୋଇ ଉଡୁଥିବା ଆଜାଦୀର ଏହି ତ୍ରିରଙ୍ଗାକୁ ନିଖୁଣ ରୂପେ ଦର୍ଶାଇବା ସହ ଜାତୀୟତାର ମହାନ୍ ଚିନ୍ତାଧାରାରେ ଶାନ୍ତନୁ ଉଦ୍‌ବୁଦ୍ଧ ହୋଇ ରଙ୍ଗ ଓ ତୂଳୀରେ ପଲ୍ଲୀବାସୀଙ୍କୁ ଏକାଠି କରାଇ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ୍ କରାଇ ପାରିଛନ୍ତି ବୋଲି ଶାନ୍ତନୁ କହିଛନ୍ତି । ଶାନ୍ତନୁଙ୍କ ଏହି ଚିତ୍ରଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବା ସହ ଅନେକ ଏହାକୁ ପସନ୍ଦ କରିଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟ, ଶାନ୍ତନୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭୀମଟାଙ୍ଗିର ତୃତୀୟ ଶ୍ରେଣୀର ପାଠ ପଢୁଛନ୍ତି । କଅଁଳ ବୟସରେ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ