ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ମହା ଆଡମ୍ବର ସହକାରେ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ କୋଭିଡ୍ କଟକଣା ମଧ୍ୟରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ଆୟୋଜିତ ପ୍ୟାରେଡ୍ ରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ କୌଶଳ , ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଆନୁଷ୍ଠାନିକ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ ପୂର୍ବକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଅସହଯୋଗ ମନ୍ତ୍ରରେ ଅନୁପ୍ରାଣୀତ ହୋଇ କିଭଳି ଆମକୁ ବହୁମୂଲ୍ୟ ସ୍ବାଧୀନତା ଉପଭୋଗ କରିବାର ସୁବର୍ଣ୍ଣ ଅବସର ମିଳିଛି ତାହା ଜଣାଇ ସେହି ମହାପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ସକୃତଜ୍ଞ ଶତ ନମସ୍କାର ଜଣାଇଥିଲେ । ଓଡିଶାର ସ୍ବାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ଗାଥା ସମ୍ପର୍କରେ ଅବଗତ କରାଇଥିଲେ । ଓଡିଶାର ପ୍ରଥମ ଖଦୀ କେନ୍ଦ୍ର ଗଞ୍ଜାମରେ ଥିଲା । ଓଡିଶାର ସାମାଜିକ, ସାଂସ୍କୃତିକ, ରାଜନୈତିକ-ଅର୍ଥନୈତିକ ଓ ଆଧ୍ୟାତ୍ମିକ ପ୍ରେକ୍ଷାପଟକୁ ଗଞ୍ଜାମର ଅବଦାନ ସ୍ବୀକାର୍ଯ୍ୟ । ଆଜି ସାରା ଓଡିଶାରେ ଗଞ୍ଜାମ ହେଉଛି ବୃହତ୍ତମ ଜନ ବହୁଳ ଜିଲ୍ଲା ।ଗଞ୍ଜାମର କଳା, ସ୍ଥାପତ୍ୟ,ନୃତ୍ୟ, ଲୋକକଳା, ସଂଗୀତ, ଲୋକବାଦ୍ୟ, ସାହିତ୍ୟ, ଆମ ସଂସ୍କୃତିକୁ ପରିପୁଷ୍ଟ କରିଛି ଜଣାଇ ଗଞ୍ଜାମ ମାଟିର ବରପୁତ୍ର ମାନଙ୍କୁ ପ୍ରଣାମ ଜଣାଇଥିଲେ । ପର୍ଯ୍ୟଟନ ବିଭବରେ ବିକଶିତ ଗଞ୍ଜାମ ଜିଲ୍ଲା ଓଡିଶାର ଗୁରୁତ୍ବକୁ ଜାତୀୟ ମାନଚିତ୍ରରେ ପ୍ରତିପାଦିତ କରିଛି । ଗଞ୍ଜାମର ପାଟଶାଢୀ ଓଡିଶାର ହସ୍ତତନ୍ତ ଉତ୍କର୍ଷକୁ ପ୍ରମାଣିତ କରିଛି । ସାରା ଦେଶ ଆଜି ବିଶ୍ବର ଏକ ଶକ୍ତିଶାଳୀ ପ୍ରଭାବୀ ରାଷ୍ଟ୍ର ଭାବରେ ପରିଚିତ ହୋଇଛି ଓ ବିକାଶର ଜୟଯାତ୍ରାରେ ସାମିଲ ହୋଇଛି । ଭାରତର ଏହି ବିକାଶ ଯାତ୍ରାରେ ସମତାଳ ଦେଇ ଆମରାଜ୍ୟ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହୋଇଛି । ଓଡିଶାର ସଫଳତା ଦେଶ ବିଦେଶରେ ପ୍ରଶଂସିତ ହୋଇଛି । ଫାଇଭ୍-ଟି ନୀତି ଅନୁକ୍ରମରେ ଆମ ପ୍ରଶାସନରେ ସ୍ଥିରତା, ସ୍ବଚ୍ଛତା, ପାରଦର୍ଶୀତା ପ୍ରତିଫଶିତ ହୋଇଛି । ଖୁବ୍ ଶୀଘ୍ର ଗଞ୍ଜାମର ବ୍ରହ୍ମପୁର ଓ ସମ୍ବଲପୁର ଠାରେ ପୁନର୍ବାସ କେନ୍ଦ୍ର ହେବ ବୋଲି ଜଣାଇ ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରହି ତାର ସୁରକ୍ଷା ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ କରିବା ଆମ ସମସ୍ତଙ୍କର ନୈତିକ ଦାୟୀତ୍ବ ବୋଲି ଜଣାଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ।ପ୍ୟାରେଡ୍ କମାଣ୍ଡର ଅମୂଲ୍ୟ ନାୟକ, ରିଜର୍ଭ ଇନିସ୍ପେକ୍ଟର ଅଫ୍ ପୋଲିସ୍, ସେକେଣ୍ଡ-ଇନ୍-କମାଣ୍ଡ ସଞ୍ଜୟ କୁମାର ବାରିକ, ଆର୍ମଡ୍ ପୋଲିସ୍ ଫୋର୍ସ ପ୍ୟାରେଡ୍ କମାଣ୍ଡର୍ ବିବେକ ନାୟକ, ଓ.ଏସ୍. ଏ.ପି. ଅଷ୍ଟମ ବାଟାଲିୟନ୍ ପ୍ଲାଟୁନ୍ କମାଣ୍ଡର ପଞ୍ଚାନନ ଦାଶ, ଘୋଷବାଦ୍ୟ ପ୍ରଶାନ୍ତ କୁମାର ତ୍ରିପାଠି, ମାନ୍ୟବର ମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବା ସହ ପ୍ୟାରେଡ୍ ପରିଚାଳନା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାନ୍ତ ନାୟକ, ସଫେଇ ଭାଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ଆସ୍କା, ସୁମତି ପଣ୍ଡା, ସ୍ବଚ୍ଛ ସୁପର ଭାଇଜର୍, ବିଜ୍ଞାପିତ ଅଞ୍ଚଳ ପରିଷଦ ପୁରୁଷୋତ୍ତମପୁର, ସୁରେନ୍ଦ୍ର ବେହେରା, ସଫେଇ ଭାଇ, ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟି, ଟୁଟୁ ପୁଣ୍ଡି, ସଫ୍ଇ ଭାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୋପାଳପୁର, ଉର୍ମିଳା ମହାନ୍ତି, ସ୍ବଚ୍ଛ ସାଥୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଞ୍ଜାମ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ। ଶେଷରେ ଜଳ ଶକ୍ତି ଅଭିଯାନ ସମ୍ପର୍କିତ ଜିଲ୍ଲା ସ୍ତରୀୟ କନିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ଅର୍ପିତା ମହାପାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଦେବାଶୀଷ ପାଣିଗ୍ରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହିଲପାଟନା ଦ୍ବିତୀୟ ଓ ଶୁଭଶ୍ରୀ ପଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ, ସୋରଡା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗ ବକ୍ତୃତା ପ୍ରତିଯୋଗିତାରେ ରୁଦ୍ର ନାରାୟଣ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ, ବିପୁଳିଙ୍ଗି ପ୍ରଥମ ସ୍ଥାନ, ଇପସିତା ପ୍ରିୟଦର୍ଶିନୀ ରାଉତଓଡିଶା ଆଦର୍ଶ ବିଦ୍ୟାଳୟ, ପିତାତଳୀ ଦ୍ବିତୀୟ ସ୍ଥାନ ଓ ପ୍ରଜ୍ଞା ରଇତ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ସିଙ୍ଗୀପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି କନିଷ୍ଠ ବର୍ଗ ପ୍ରବନ୍ଧ ପ୍ରତିଯୋଗିତାରେ ରୁଦ୍ର ରୂପା ବ୍ରହ୍ମା ଓଡିଶା ଆଦର୍ଶ ବିଦ୍ୟାଳୟ, ପିତାତଳୀ ପ୍ରଥମ ସ୍ଥାନ, ଆଦ୍ୟାଶା ପାଢୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ସ୍ଥାନ ଓ ମଧୁସ୍ମିତା ସାହୁ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିବାନନ୍ଦ ନଗର ତୃତୀୟ ଅଧିକାର କରିଥିବା ବେଳେ ସେହିପରି ପ୍ରବନ୍ଧ ପ୍ରତିଯୋଗିତା ବରିଷ୍ଠ ବର୍ଗରେ ଶ୍ରେଷ୍ଠ ପରମଗୁରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ପିତାତଳୀ ପ୍ରଥମ ସ୍ଥାନ, ଚନ୍ଦ୍ର ଶେଖର ବେହେରା ସରକାରୀ ଉଚ୍ଚ ବିଦ୍ୟାଳୟ, ମେଡିକାଲ କ୍ୟାମ୍ପସ୍ ଦ୍ବିତୀୟ ସ୍ଥାନ ଓ ହର୍ଷିତ ରାଜ୍ ସାମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ