ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):୨୦୦୮ ମସିହା ଜନ୍ମାଷ୍ଟମୀ ରାତ୍ରରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେପଟ୍ଟା ଆଶ୍ରମ ପରିସରକୁ କିଛି ଆତତାୟୀ ପ୍ରବେଶ କରି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହିଦିନକୁ ନେଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅନୁଗତ ମାନେ ସ୍ବାମୀଜୀଙ୍କ ଶ୍ରାଦ୍ଧ ଦିବସ ପାଳନ କରି ଆସୁଛନ୍ତି। ଚଳିତ ବର୍ଷ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ଦିବସ ତଥା ବଳିଦାନ ଦିବସ ଭାବେ ଆଶ୍ରମ ପରିସରରେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଶ୍ରମରରେ ଥିବା ସ୍ବାମୀଜୀଙ୍କ ପ୍ରତିମୂର୍ତ୍ତି ଓ ସ୍ବାମୀଜୀ ଙ୍କ କୋଠରି କୁ ଧୁଆ ଧୋଇ କରି ପୁଷ୍ପ, ଆମ୍ବ ତୋରଣ ଝୋଟି ରେ ସୁସଜ୍ଜିତ କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳୁ କନ୍ୟାଶ୍ରମ ଅନ୍ତେବାସୀ ମାନେ କଳସ ଧରି ସ୍ଥାନୀୟ ରାହୁଳ ନଦୀ ରେ ତିଳତର୍ପଣ କରି କଳସ ରେ ପାଣି ଧରି କଳସ ଯାତ୍ରା କରିବେ ସେଠାରୁ ଆସି ସ୍ବାମୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ରଖିବା ପରେ ସ୍ମୁତି ଚାରଣ, ହୋମ ଯଜ୍ଞ, ଶ୍ରଦ୍ଧାଳୁ ଙ୍କ ଦ୍ଵାରା ସଙ୍କୀର୍ତ୍ତନ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତା ନନ୍ଦ ପୁରୀ ମହାରାଜଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ସଚ୍ଚିଦାନନ୍ଦ ସରସ୍ୱତୀ, ସୁଦର୍ଶନ ସରସ୍ଵତୀ, ସମର୍ପଣ ଟ୍ରଷ୍ଟ ସଂପାଦକ ଅଜିତ କୁମାର ବାରିକ, ପ୍ରମୁଖ ଉପସ୍ଥିତ ରହିବେ। ଆଶ୍ରମ କୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ରେ ଗାଡି ମୋଟର ଯାଞ୍ଚ କରାଯାଉଛି। ସୁରକ୍ଷା ପାଇଁ ଜଣେ କମାଡେଣ୍ଟ, ଜଣେ ଡିଏସପି, ଜଣେ ଇନ୍ସପେକ୍ଟର ମୋଟ ୩ ଅଫିସର ୧ପ୍ଲାଟୁନ ଫୋର୍ସ ସହ ସହ ସ୍ଥାନୀୟ ପୋଲିସ ଉପସ୍ଥିତ ରହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ