ଭିନ୍ନକ୍ଷମ ଯୁବକ କେନାଲ ବୁଡି ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ କେନାଲ ପାଣିରେ ବୁଡି ଡେଙ୍ଗାଡ଼ି ଗ୍ରାମର ରାଜୀବ ନଗରସ୍ଥିତ ଅଭିମନ୍ୟୁ ଦାସଙ୍କ ପୁଅ ଗଣେଶ ଦାସ (୨୫) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଗଣେଶ ଭିନ୍ନକ୍ଷମ ହୋଇଥିବା ବେଳେ ସେ ଘର ନିକଟସ୍ଥ ନଳକୂଅ ପାଇପ ରେ ସଦାବେଳେ ଗାଧୋଇ ଥିବା ବେଳେ ଆଜି ସେ ନିଜ ଟ୍ରାଇ ସାଇକେଲ ଯୋଗେ କେନାଲକୁ ଯାଇ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପାଣିରେ ବୁଡି ରହିଥିଲେ । ଗାଧୋଉଥିବା କିଛି ମହିଳା ପାଟି କରିଥିଲେ । ଯାହାଫଳରେ ନିକଟସ୍ଥ ବିଲରେ କାମ କରୁଥିବା କିଛି ଲୋକ ଆସି କେନାଲ ଭିତରୁ ଖୋଜାଖୋଜି କରି ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଗଣେଶଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାରକୁ ଜଣାଇଥିଲେ । ଖବରପାଇ ପାଟପୁର ପୋଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ୬୧ ନଂ ଜୋନ୍‌ ଜିଲ୍ଲା ପରିଷଦ ଅମିନ ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ ଶିବରାମ ସ୍ଵାଇଁ ମେଡ଼ିକାଲରେ ଉପସ୍ଥିତ ରହି ପରିବାରକୁ ସାନ୍ତ୍ଵନା ଦେବା ସହ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ